Haryana Assembly Election: ଶେଷ ପର୍ଯ୍ୟାୟରେ ପ୍ରଚାର, ଜୋରଦାର ହେଉଛି ଆରୋପ ପ୍ରତ୍ୟାରୋପ
ହରିୟାଣାରେ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ସମସ୍ତ ରାଜନୈତିକ ଦଳର ପ୍ରମୁଖ ନେତାମାନେ ସାଧାରଣ ସଭା ଓ ରୋଡ୍ ସୋ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନଯାବ ସିଂହ ସଇନି ଆଜି ରଜ୍ଜୁନା ବିଧାନସଭା ନିର୍ବାଚନମଣ୍ଡଳୀରେ ଜନ ଆଶୀର୍ବାଦ ରାଲିକୁ ସମ୍ବୋସ୍ତ କରିବା ସହ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ।
କଂଗ୍ରେସ ନେତାମାନେ ମିଛ କହି ଲୋକଙ୍କୁ ବିଶ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ୍ ଶାସିତ ରାଜ୍ୟଗୁଡ଼ିକରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ ଏବଂ ଏବେ ହରିୟାଣାବାସୀଙ୍କୁ ପ୍ରଲୋଭିତ କରିବାକୁ ପ୍ରୟାସ କରାଯାଉଛି ବୋଲି ଶ୍ରୀ ସିଂହ କହିଛନ୍ତି ।
ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ ସରକାର ଗହିବ ବୋଲି ସେ ଦାବି କରିବା ସହ ସରକାର ଗଠନ ପରେ ହରିଆଣା ଦ୍ରୁତ ଗତିରେ ବିକାଶ କରିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ସାଂସଦ ନବୀନ ଜିନ୍ଦର ଆଜି ଥାନେସର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ସୁଭାଷ ସୁଧାଙ୍କ ସମର୍ଥନରେ ଜୁତ୍ରକ୍ଷେତ୍ରର ସେକ୍ସଲ ୧୬ରୁ ରୋଡ ସୋ କରିଥିଲେ ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ଜୁଳାନା ଓ ବାଣ୍ଟୁନିଖେରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନସଭା କରୁଥିବା ବେଳେ ଜନନାୟକ ଜନତା ପାର୍ଟି ଓ ଆଜାଦ ସମାଜ ପାର୍ଟି ମେଣ୍ଟ ଗୁହଲା, ଭଚନା କଲାନ ଆଦି ଜନସଭାରେ ଯୋଗ ଦେଇଛନ୍ତି । ଆମ ଆବମୀ ପାର୍ଟିର ମନାନ୍ତ ସିସୋଦିଆ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନସମର୍ଥନ ହାସଲ କରିବା ସକାଶେ ଜିସାର ଏବଂ ନଗଠାରେ ହରଯାହା ସିଂହ ବିମାରେ ଗୋଡ ସୋ' କରୁଛନ୍ତି । ଆସନ୍ତାକାଲି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ ।












Click it and Unblock the Notifications