ଅସୁସ୍ଥ ଥିବାରୁ ଗାଁକୁ ଯାଇଛନ୍ତି ଏକନାଥ ସିନ୍ଦେ; ଶିବସେନା
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିବାଦ ଲାଗି ରହିଥିବା କାରଣରୁ ଅସନ୍ତୁଷ୍ଟ ହୋଇ ମୁମ୍ବାଇ ଛାଡ଼ି କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ଗାଁକୁ ପଳାଇଛନ୍ତି ବୋଲି ଅଭିଯୋଗକୁ ଅସ୍ବୀକାର କରିଛି ଶିବସେନା। ଦଳ କହିଛି ଯେ ସେ ଅସୁସ୍ଥ ଥିବା କାରଣରୁ ଗାଁକୁ ଯାଇଛନ୍ତି। ଏହା ସହ ଶିବସେନା ଶନିବାର ବୈଠକୁ ନିଶ୍ଚିତ କରିଛି।

ପୋର୍ଟଫୋଲିଓ ଆବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ଆଲୋଚନା କରି ଦିଲ୍ଲୀରୁ ଫେରିବା ପରେ ସିନ୍ଦେ ନିଜ ସହର ସତାରା ଯାତ୍ରା କରିଛନ୍ତି। ଦିଲ୍ଲୀରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦେଖା କରି କଥା ହୋଇଥିଲେ। ସେ ଅସନ୍ତୁଷ୍ଟ ହୋଇ ଚାଲି ଯାଇଛନ୍ତି ବୋଲି କହିବା ଭୁଲ୍ ହେବ ବୋଲି ଦଳ କହିଛି।
ମହରାଷ୍ଟ୍ରରେ ଗତାକଲି ହେବାକୁ ଥିବା ମହାୟୁତି ବୈଠକ ରଦ୍ଦ ହୋଇଛି। ଜାଣିବାକୁ ମିଳିଛି ଯେ ଏକନାଥ ସିନ୍ଦେ ଗତକାଲି ସତାରା ଜିଲ୍ଳାରେ ଅବସ୍ଥିତ ତାଙ୍କ ଗାଁକୁ ଯାଇଛନ୍ତି। ସେ ଆଜି ଫେରିପାରନ୍ତି ବୋଲି ଅନୁମାନ କରାଯାଉଛି।
ଏହାପୂର୍ବରୁ ମହାୟୁତି ତିନ ବଡ଼ ନେତା ଏକନାଥ ସିନ୍ଦେ, ବିଜେପି ନେତା ଦେବେନ୍ଦ୍ର ଫଡ୍ନାବୀସ ଓ ଏନ୍ସିପି ପ୍ରମୁଖ ଅଜିତ ପାୱାରଙ୍କର ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ୩ ଘଣ୍ଟାର ଏକ ବୈଠକ ହୋଇଥିଲା। ବୈଠକ ପରେ ୩ ଜଣ ଯାକ ନେତା ମୁମ୍ବାଇ ଫେରି ଆସିଥିଲେ। ଆଜି ଚର୍ଚ୍ଚା ପାଇଁ ମୁମ୍ବାଇରେ ମହାୟୁତି ବୈଠକ ହେବାର ଥିଲା।












Click it and Unblock the Notifications