ଏକନାଥ ସିନ୍ଦେ ଗୋଷ୍ଠି ପ୍ରକୃତ ଶିବସେନା : ମହାରାଷ୍ଟ୍ର ବାଚସ୍ପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସେନା ବନାମ ସେନା ବିବାଦକୁ ନେଇ ବଡ ରାୟ ଶୁଣାଇଛନ୍ତି ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର । ମହାରାଷ୍ଟ୍ର ବାଚସ୍ପତି ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି । ଦେଢ଼ବର୍ଷ ପୂର୍ବେ ୨୦ ଜୁନ୍ ୨୦୨୨ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି କରିଥିଲେଯାହାଫଳରେ ଶିବସେନାରେ ବିଭାଜନ ହୋଇଥିବାବେଳେ ମହା ବିକାଶ ଆଘାଡି ସରକାର ଭାଙ୍ଗିଯାଇଥିଲା ।

ଏହାପରେ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିନ୍ଦେ ଏବଂ ଠାକରେଙ୍କ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରାଯାଇଥିଲା । ଆଉ ଆଜି ବୁଧୁବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ଶିବସେନା ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ବଡ ନିଷ୍ପତ୍ତି ନେଇଛନ୍ତି । ରାହୁଲ ନରଭେକର ଉଦ୍ଧବଙ୍କ ଗୋଷ୍ଠୀକୁ ବଡ ଝଟକା ଦେଇଛନ୍ତି । ବାଚସ୍ପତି ନର୍ଭେକରଙ୍କ ନିଷ୍ପତ୍ତି ସିନ୍ଦେ ଦଳ ସପକ୍ଷରେ ଆସିଛି । ରାହୁଲ ନର୍ଭେକର ବିଧାୟକଙ୍କ ସଦସ୍ୟତା ବଜାୟ ରଖିଛନ୍ତି ।

eknath and udhav

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆଜି ଏହି ପ୍ରସଙ୍ଗରେ ରାୟ ଶୁଣାଇ କହିଛନ୍ତି, ଏକନାଥ ସିନ୍ଦେଙ୍କୁ ହଟାଇବାର ଶକ୍ତି ଉଦ୍ଧବ ଠାକରେଙ୍କ ପାଖରେ ନାହିଁ । ଏପରିକି ଶିବସେନା ପ୍ରମୁଖଙ୍କ ପାଖରେ ପାର୍ଟିର କୌଣସି ନେତାଙ୍କୁ ହଟାଇବାର ଶକ୍ତି ନାହିଁ । ତେଣୁ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇବା ସ୍ୱୀକାର କରାଯାଉନି ବୋଲି ବାଚସ୍ପତି କହିଛନ୍ତି ।

ବାଚସ୍ପତି ଆହୁରି କହିଛନ୍ତି ଯେ ଶିବସେନାର ୧୯୯୯ ମସିହାର ସମ୍ବିଧାନ ହିଁ ବୈଧ । ନିର୍ବାଚନ କମିଶନର ରେକର୍ଡ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଦଳ ହିଁ ହେଉଛି ପ୍ରକୃତ ଦଳ । ମୁଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଧ୍ୟାନରେ ରଖିଛି । ମୁଁ ନିର୍ବାଚନ କମିଶନଙ୍କୁ ରେକର୍ଡକୁ ଅଣଦେଖା କରିପାରିବି ନାହିଁ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+