ଶାହା ଓ ନଡ୍ଡାଙ୍କୁ ଭେଟିଲେ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ୍-ଅଜିତ ପାୱାର, ଚାଲିଥିଲା ମାରାଥନ ବୈଠକ

ଏକନାଥ ସିନ୍ଦେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ବୈଠକ କରି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରିଛନ୍ତି। ଏହି ସଭାରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମଧ୍ୟ ଯୋଗ ଦେଇଥିଲେ। ବୈଠକ ପରେ ସିଏମ୍‌ର ପରିସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଆଗରେ ରହିଛି। ସୂଚନାନୁସାରେ, ଫଡନାଭିସ୍ଙ୍କନାମ ପ୍ରାୟ ଚୂଡାନ୍ତ ହୋଇଛି ଏବଂ କେବଳ ସରକାରୀ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।

Maharashtra Assembly Election 2024

ଏହି ସସ୍‌ପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାବିସ ଦିଲ୍ଲୀରେ ଡେରା ପକାଇଥିଲେ। ସେଠାରେ ଗୃହ ମନ୍ତ୍ରୀ ଅମିତ ଶାହ ସେମାନଙ୍କ ସହ ପ୍ରାୟ ୩ ଘଣ୍ଟା କାଳ ମାରାଥନ୍‌ ବୈଠକ କରିଥିଲେ। ଏହାପରେ ବି ମୁଖ୍ୟମନ୍ତ୍ରୀ ନାଁ ଘୋଷଣାରେ ବିଳମ୍ବ ହେଉଛି। ଗତକାଲି ବିଳମ୍ବିତ ରାତିରେ ଏହି ୩ ବରିଷ୍ଠ ନେତା ମୁମ୍ବାଇ ଫେରିଥିବା ବେଳେ ଆଲୋଚନା ସକରାତ୍ମକ ହୋଇଥିବା କହିଛନ୍ତି ସିନ୍ଦେ ।

ଗତକାଲି ରାତିରେ ଅମିତ ଶାହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ବୈଠକରେ ବସିଥିବା ବେଳେ ଅଲଗା ଅଲଗା ବିଆଲୋଚନା କରିଥିଲେ। ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଏନସିପି ସାଂସଦ ସୁନୀଲ ତଟକରେ ଓ ପ୍ରଫୁଲ୍ଲ ପଟେଲ ବି ଉପସ୍ଥିତ ଥିଲେ। ତେବେ ବିଧାୟକଙ୍କ ସଂଖ୍ୟାକୁ ଆକଳନ କଲେ ବିଜେପି ପାଖାପାଖି ୨୦ ମନ୍ତ୍ରାଳୟ ନିଜ ପାଖରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ଏଥର ମହାରାଷ୍ଟ୍ରରେ ଏନସିପିଠୁ ଅଧିକ ବିଧାୟକ ମନ୍ତ୍ରୀ ପଦ ଶିବସେନା ହାତେଇପାରେ ବୋଲି ଆଲୋଚନା ଚାଲିଛି।

ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିଥିବା ଏକନାଥ ସିନ୍ଦେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶାହଙ୍କ ସହ ବୈଠକକୁ ଖୁବ୍‌ ସକରାତ୍ମକ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ମୁମ୍ବାଇରେ ଆଉ ଏକ ବୈଠକ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ୍‌ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+