Get Updates
Get notified of breaking news, exclusive insights, and must-see stories!

ବୁଝିଗଲେ ଏକନାଥ ସିନ୍ଦେ ଓ ଅଜିତ ପାୱାର; ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଫଡନାଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ପଡିଲା ଯବନିକା, ହଟିଲା ସସ୍‌ପେନ୍ସ । ବିଜେପି ନେତା ଦେବେନ୍ଦ୍ର ଫଡନବୀସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ସିଏମ୍ । ବୁଧବାର ଅନୁଷ୍ଠିତ ମହାୟୁତି ବୈଠକରେ ଦେବେନ୍ଦ୍ର ଫଡନବୀସଙ୍କ ନାଁରେ ବାଜିଛି ମୋହର । ଦେବେନ୍ଦ୍ର ଫଡନବୀସ ବିଜେପିର ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।

Devendra Fadnavis

ମହାୟୁତି ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଡେପୁଟି ସିଏମ୍ କରିବାକୁ ସହମତି ପ୍ରକାଶ ପାଇଛି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟି ତାଙ୍କ ସମର୍ଥକ ତଥା ବିଧାୟକଙ୍କ ନାମ ସହିତ ସରକାର ଗଠନ ପାଇଁ ଦାବି କରିବେ । ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମହାରାଷ୍ଟ୍ରର ଆଜାଦ ମୈଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବେ ।

ବିଧାନସଭା ନିର୍ବାଚନରେ ଯେପରି ବିଜେପି ଆସନ ପାଇଲା, ପରବର୍ତ୍ତୀ ସିଏମ୍ କେବଳ ବିଜେପିରୁ ହେବ ବୋଲି ବିଶ୍ୱାସ କରାଯାଉଥିଲା। ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ ଦେବେନ୍ଦ୍ର ଫଡନାଭିସ୍ ନିର୍ବାଚିତ ହୋଇଛନ୍ତି। ସେ ଅତୀତରେ ମଧ୍ୟ ସିଏମ୍ ରହିଆସିଛନ୍ତି। ଏକନାଥ ସିନ୍ଦେ ସରକାରରେ ଡେପୁଟି ସିଏମ୍ ପଦବୀରେ ଅବସ୍ଥାପିତ ଦେବେନ୍ଦ୍ର ଫଡନବୀସଙ୍କୁ ମଧ୍ୟ ୨୦୧୯ରେ ସିଏମ୍ ହେବାର ସୁଯୋଗ ମିଳିଥିଲା କିନ୍ତୁ ତାଙ୍କୁ ଦୁଇ ଦିନ ପରେ ଇସ୍ତଫା ଦେବାକୁ ପଡିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+