କାହାକୁ ଟାର୍ଗେଟ କଲେ ଏକନାଥ, କହିଲେ ମୋତେ ହାଲୁକା ଭାବେ ନିଅ ନାହିଁ,ନଚେତ୍‌.....

ମୁମ୍ବାଇ: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରାଯାଉଥିଲେ ମଧ୍ୟ ବାସ୍ତବରେ ସେପରି ଦେଖାଯାଉ ନାହିଁ । ଆଉ ଏସବୁ ମଧ୍ୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ତାଙ୍କୁ ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ ନଚେତ୍ ସେ ସବୁକିଛି ଓଲଟାଇ ଦେବେ ବୋଲି କହିଛନ୍ତି ଏକନାଥ।

ଏକନାଥ ସିନ୍ଦେ କହିଛନ୍ତି, ସେ ଜଣେ କର୍ମୀ, ଜଣେ ସାଧାରଣ କର୍ମୀ, ବାଲାସାହେବ ଏବଂ ଦିଘେ ସାହେବଙ୍କ କର୍ମୀ, ସମସ୍ତଙ୍କୁ ଏହାକୁ ବୁଝି ଶିକ୍ଷା ପାଇବା ଉଚିତ । ୨୦୨୨ରେ ତାଙ୍କୁ ହାଲୁକା ଭାବେର ନିଆଯିବାରୁ ସେ ପରିସ୍ଥିତି ଓଲଟାଇ ଦେଇଥିଲେ ଏବଂ ସରକାର ବଦଳାଇ ଦେଇଥିଲେ ବୋଲି ସିନ୍ଦେ କହିଛନ୍ତି ।

Eknath Shinde

ସେ ଆହୁରି କହିଛନ୍ତି ଯେ ଆମେ ସାଧାରଣ ଲୋକଙ୍କ ଇଚ୍ଛାରେ ସରକାର ଆଣିଲୁ, ଲୋକମାନେ ଚାହୁଁଥିବା ଡବଲ ଇଞ୍ଜିନ ସରକାର । ମୁଁ ସେତେବେଳେ ବିଧାନସଭାରେ କହିଥିଲେ ଯେ, ମୁଁ ଏବଂ ଦେବେନ୍ଦ୍ର ଫଡନବିସ୍ ୨୦୦ ରୁ ଅଧିକ ଆସନ ଜିତିବୁ ଏବଂ ୨୩୨ ଆସନରେ ଜିତିଲୁ । ତେଣୁ, ଯିଏ ଏହି ସଙ୍କେତକୁ ବୁଝିବାକୁ ଚାହେଁ, ସେ ଏହାକୁ ବୁଝି ନିଜର କାମ ଜାରି ରଖିବା ଉଚିତ।'

ପାୱାର ସାହେବ (ଶରଦ ପାୱାର) ପୁରସ୍କାର ଦେଇଥିଲେ, ଜଣେ ମରାଠୀ ବ୍ୟକ୍ତି ଜଣେ ମରାଠୀ ବ୍ୟକ୍ତିଙ୍କୁ ପୁରସ୍କାର ଦେଇଥିଲେ । ମୋ ପରି କର୍ମୀଙ୍କୁ ରାଷ୍ଟ୍ର ଗୌରବ ପୁରସ୍କାର ଦିଆଯାଇଥିଲା । ଏହା େଅନକଙ୍କ ମନେର ଇର୍ଷା ସୃଷ୍ଟି କରିଛି । ତୁମେ କେତେ ଜଳିବ, ଗୋଟିଏ ଦିନ ତୁମେ ପୋଡ଼ି ପାଉଁଶ ହୋଇଯିବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସିନ୍ଦେ ।

ଉଦ୍ଧବ ଠାକରେଙ୍କ ଆଡ଼କୁ ଇସାରା କରି ସିନ୍ଦେ କହିଛନ୍ତି, ସେ ପାୱାର ସାହେବଙ୍କୁ ଅପମାନିତ କରିଥିଲେ, ଯିଏ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ସାହିତ୍ୟିକମାନଙ୍କୁ ଦଲାଲ ବୋଲି କୁହାଯାଇଥିଲା ଏବଂ ଅପମାନିତ କରାଯାଉଥିଲା। ଏହା କ'ଣ ହେଉଛି, ସେ ସୁଧୁରିବେ କି ନାହିଁ ବୋଲି ସିନ୍ଦେ ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+