ଏକନାଥ ସିନ୍ଦେ ହେବେ ଡେପୁଟି ସିଏମ !

Eknath Shinde: ବର୍ତ୍ତମାନ ସରଗରମ ରହିଛି ମହାରାଷ୍ଟ୍ର ରାଜନୀତି । ମୁଖ୍ୟମନ୍ତ୍ରୀ ପରେ ଏବେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ ଲାଗି ରହିଛି ହେଲେ ମିଳିଥିବା ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ଭାବରେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିପାରନ୍ତି । ବିଜେପି ନେତା ଗିରିଶ ମହାଜନ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ପହଞ୍ଚିଥିଲେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ।

ସେପଟେ ଯଦି ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ନହେବେ ତେବେ ମହାୟୁତି ସରକାରରେ ଆମେ ମଧ୍ୟ ସାମିଲ ହେବୁ ନାହୁଁ ବୋଲି ଦାବି କରିଛି ଶିବସେନା । ଦେବେନ୍ଦ୍ର ଫଡନାବିସଙ୍କ ଶପଥ ଗ୍ରହଣ ପୂର୍ବରୁ ଶିବସେନା ବିଧାୟକ ଉଦୟ ସାମନ୍ତ ଏକ ବଡ଼ ବୟାନ ଦେଇଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନେବେ ତେବେ ତାଙ୍କ ଦଳ ଅନ୍ୟ କୌଣସି ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବେ ନାହିଁ କି ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ।

Eknath Shinde

ଅନ୍ୟପଟେ ମହାରାଷ୍ଟ୍ର ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବିହାର ସିଏମ ନୀତୀଶ କୁମାର ଏବଂ ଡେପୁଟି ସିଏମ ସମ୍ରାଟ ଚୌଧୁରୀ ମୁମ୍ବାଇରେ ପହଞ୍ଚିଛନ୍ତି। ଆଜି ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ତୃତୀୟ ଥର ପାଇଁ ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+