ଆସନ୍ତାକାଲି ଇସ୍ତଫା ଦେବେ ଏକନାଥ

ମୁମ୍ବାଇ: ମଙ୍ଗଳବାର ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ଇସ୍ତଫା ପରେ ହିଁ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହେବ। ନିୟମ ଅନୁଯାୟୀ ତାଙ୍କୁ ପ୍ରଥମେ ଇସ୍ତଫା ଦେବାକୁ ପଡିବ। ଏହା ପରେ ହିଁ ସରକାର ଗଠନ କରିବାକୁ ଦାବି କରାଯିବ। କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।

ଭାଜପା ନେତାମାନେ ଚାହୁଁଛନ୍ତି ଯେ ଏଥର ଦେବେନ୍ଦ୍ର ଫଡନ୍‌ଭିସ୍‌ଙ୍କୁ ରାଜ୍ୟର ସିଏମ କରାଯାଉ। ଦଳର ନେତା ତଥା ସମର୍ଥକମାନେ ଯୁକ୍ତି କରୁଛନ୍ତି ଯେ ଭାଜପା ରାଜ୍ୟରେ ସର୍ବାଧିକ ସଂଖ୍ୟକ ଆସନ ଜିତିଛି ଏବଂ ଏଭଳି ପରିସ୍ଥିତିରେ ଭାଜପାର ସିଏମ ଚେୟାରରେ ଅଧିକାର ରହିଛି। ଅନ୍ୟପକ୍ଷରେ ଶିବସେନା କହିଛି ଯେ ବିହାର ଭଳି ଫର୍ମୁଲା ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବା ଉଚିତ୍‌।

Eknath Shinde

ଏଥି ସହ ଅଜିତ ପାୱାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସିଏମ ପଦବୀ ସମ୍ପର୍କରେ କୌଣସି ଫର୍ମୁଲା ଉପରେ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ତିନି ଦଳର ନେତା ଏକାଠି ବସିବେ ଏବଂ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+