ହସ୍ପିଟାଲାରୁ ଡିସଚାର୍ଜ ହେଲେ ଏକନାଥ ସିନ୍ଦେ, କହିଲେ ମୁଁ ପୂରା....
ମୁମ୍ବାଇ: ହସ୍ପିଟାଲାରୁ ଡିସଚାର୍ଜ ହେଲେ ଏକନାଥ ସିନ୍ଦେ । ଗଣମାଧ୍ୟମକୁ କହିଲେ, ତାଙ୍କ ସ୍ୱାସ୍ଥ୍ୟ ପୁରାପୁରି ଠିକ୍ ଅଛି । ଆଜି ପୁଣି ହଠାତ ସ୍ୱାସ୍ଥ୍ର ଖରାପ ହେବାରୁ ଏକନାଥଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ହେଲ୍ଥ ଚେକଅପ୍ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କିଛିଦିନ ଧରି ଏକନାଥଙ୍କୁ ଜ୍ୱର ଅତ୍ୟଧିକ ଥଣ୍ଡା ସହ ତାଙ୍କ ଗଳାରେ ସଂକ୍ରମଣ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ବିପୁଳ ବିଜୟ ମିଳିବାର ଆଜିକୁ ଠିକ୍ ୧୧ ଦିନ ହୋଇଗଲା। ୧୧ ଦିନ ବିତିଯାଇଥିଲେ ବି ମହାରାଷ୍ଟରେ ଏଯାବତ୍ ସରକାର ଗଠନ ହୋଇପାରିନି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି।












Click it and Unblock the Notifications