ସାରା ବିଶ୍ୱରେ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନ ଉପରେ ହେଉଛି ଆଲୋଚନା : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି 'ଏକ୍ ପେଡ୍ ମା' କେ ନାମ୍' ଅଭିଯାନ ଉପରେ ସମଗ୍ର ବିଶ୍ୱରେ ଆଲୋଚନା ଚାଲିଛି। ଯୁବବର୍ଗଙ୍କୁ ନୂତନ ସୁଯୋଗ ଦେବା ଲକ୍ଷ୍ୟରେ ଆସନ୍ତା ଜାନୁୟାରୀ ମାସରେ ବିକଶିତ ଭାରତ ଯୁବନେତା ଆଲୋଚନାର ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଅହମ୍ମଦାବାଦରେ ଆୟୋଜିତ "ବ୍ୟାପ୍ସ କାର୍ଯ୍ୟକର୍ତ୍ତା ସୁବର୍ଣ୍ଣ ମହୋତ୍ସବ"କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାରେ ବ୍ୟାପ୍ସ ପ୍ରୟାସକୁ ସେ ଉଚ୍ଚପ୍ରଶଂସା କରିଛନ୍ତି। ସେ କହିଛନ୍ତି କିଛିମାସ ତଳେ ଆବୁଧାବିରେ ଭଗବାନ ସ୍ୱାମୀ ନାରାୟଣସ୍ୱାମୀ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏଭଳି ପଦକ୍ଷେପ ମାଧ୍ୟମରେ ସମଗ୍ର ବିଶ୍ୱ ଭାରତର ସାଂସ୍କୃତିକ ବିବିଧତା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ଦେଖିବାର ସୁଯୋଗ ପାଇଛି।

ଭାରତର ସାଂସ୍କୃତିକ ଗୌରବ ଏବଂ ମାନବୀୟ ଉଦାରତା ବିଷୟରେ ବିଶ୍ୱ ଅବଗତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱବ୍ୟାପୀ ୩୦ଟି ଦେଶର ୧ ଲକ୍ଷରୁ ଊର୍ଦ୍ଧ୍ୱ "ବୋଚାସନ୍ନ୍ୟାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା - ବାପ୍ସ" ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି।












Click it and Unblock the Notifications