ଭାରତୀୟ ଗଣତନ୍ତ୍ର ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ, ସଂସଦରେ ପ୍ରଧାନମନ୍ତ୍ରୀ ରଖିଲେ ୧୧ ସଂକଳ୍ପ

ସଂସଦରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ସମ୍ବିଧାନ ନିର୍ମାତାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ୭୫ ବର୍ଷର ଉପଲବ୍ଧି ଅସାଧାରଣ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏଥିପାଇଁ ଭାରତର ନାଗରିକ ସବୁଠୁ ବେଶୀ ଅଭିନନ୍ଦନର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ। ଭାରତ ବର୍ତ୍ତମାନ ଗଣତନ୍ତ୍ରର ଜନନୀ ଭାବେ ପରିଚିତ। ସମ୍ବିଧାନକୁ ସଶକ୍ତ କରିବାରେ ନାରୀଶକ୍ତି ପ୍ରମୁଖ ଭୂମିକା ତୁଲାଇଛନ୍ତି। ସଂସଦରେ ୧୧ ସଂକଳ୍ପ ମଧ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

1.ନାଗରିକ ହୁଅନ୍ତୁ ବା ସରକାର...ସମସ୍ତେ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ
2.ସବୁ କ୍ଷେତ୍ର, ସବୁ ସମାଜକୁ ବିକାଶର ଲାଭ ମିଳୁ, ସବକା ସାଥ-ସବକା ବିକାଶ ହେଉ
3.ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ରହୁ, ଦୁର୍ନୀତିଗ୍ରସ୍ତଙ୍କୁ ସମାଜରେ ଗ୍ରହଣନୀୟତା ନମିଳୁ
4.ଦେଶର ଆଇନ, ଦେଶର ନିୟମ...ଦେଶର ପରମ୍ପରାର ପାଳନରେ ଦେଶର ନାଗରିକ ଗର୍ବିତ ହେବା ଦରକାର
5.ଗୁଲାମିର ମାନସିକତାରୁ ମୁକ୍ତ ହୁଅନ୍ତୁ, ଦେଶର ଐତିହ୍ୟ ଉପରେ ଗର୍ବିତ ହୁଅନ୍ତୁ
6.ଦେଶର ରାଜନୀତିକୁ ପରବାରବାଦରୁ ମୁକ୍ତି ମିଳୁ

narendra modi
7.ସମ୍ୱିଧାନକୁ ସମ୍ମାନ କରାଯାଉ, ରାଜନୀତି ସ୍ୱାର୍ଥ ପାଇଁ ସମ୍ୱିଧାନକୁ ହତିଆର କରାନଯାଉ
8.ସମ୍ୱିଧାନ ପ୍ରତି ସମର୍ପଣ ରଖି ଯେଉଁମାନଙ୍କୁ ସଂରକ୍ଷଣ ମିଳୁଛି, ସେମାନଙ୍କଠାରୁ ଛଡାଇ ନନିଆଯାଉ 9.ଏବଂ ଧର୍ମ ଆଧାରରେ ସଂରକ୍ଷଣର ସବୁ ଉଦ୍ୟମ ଉପରେ ରୋକ ଲଗାଯାଉ
9.ମହିଳାଙ୍କ ନେତୃତ୍ୱରେ ବିକାଶ ମାମଲାରେ ଭାରତ ଦୁନିଆରେ ଉଦହାରଣ ହେଉ
10.ରାଜ୍ୟର ବିକାଶରୁ ରାଷ୍ଟ୍ରର ବିକାଶ...ଏହା ଆମର ବିକାଶ ମନ୍ତ୍ର
11. ଏକ ଭାରତ, ଶ୍ରେଷ୍ଠ ଭାରତର ମନ୍ତ୍ର ସର୍ବୋପରି ହେଉ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+