ଗାଧେଇବା ବେଳେ ବୁଡ଼ିଗଲେ ୧୧ ଜଣ, ୮ ମୃତ
ନଦୀରେ ସାଙ୍ଗମାନଙ୍କ ସହ ଗାଧେଇବାକୁ ଯାଇଥିବା ବେଳେ ଅଘଟଣ। ପାଣିରେ ବୁଡ଼ି ୮ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରୁ ଆସିଛି ଏଭଳି ଅଘଟଣର ଦୁଃଖଦ ଖବର। ସୂଚନା ମୁତାବିକ ରାଜସ୍ଥାନର ଟୋଙ୍କକୁ ପିକନିକ୍ ପାଇଁ ଯାଇଥିଲେ। ସେଠାରେ ଥିବା ବନାସ ନଦୀରେ ୧୧ ଜଣ ସାଙ୍ଗଙ୍କ ଗୋଷ୍ଠୀ ଯାଇ ଗାଧଉଥିଲେ, ତେବେ ଗାଧେଇବା ସମୟରେ ବୁଡ଼ିଯାଇ ୮ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ, ଏବେବି ନିଖୋଜ ଅଛନ୍ତି ୩ ଜଣ।
ସୂଚନା ଅନୁସାରେ, ୧୧ ଜଣ ଯୁବକ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଛନ୍ତି । ଫଳରେ ସେମାନଙ୍କର ଜୀବନ ଚାଲିଯାଇଛି । ସ୍ଥାନୀୟ ଲୋକ ଏବଂ ପୋଲିସ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ପୁରୁଣା ଫ୍ରେଜର ବ୍ରିଜ୍ ନିକଟରେ ଯୁବକମାନେ ନଦୀରେ ଗାଧୋଉଥିବା ବେଳେ ପାଣି ଭିତରକୁ ପଶିଯାଇଥିଲେ । ଫଳରେ ଜଣେ ବୁଡ଼ିଯିବାରୁ ଅନ୍ୟମାନେ ବଞ୍ଚାଇବାକୁ ଯାଇ ବୁଡ଼ିଯାଇଥିଲେ । ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ମୃତକ ଜୟପୁରର ବାସିନ୍ଦା ବୋଲି କୁହାଯାଉଛି । ତେବେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ସମସ୍ତେ ସାଙ୍ଗ ଥିଲେ । ଏମାନେ ପିକନିକ୍ ପାଇଁ ଏକାଠି ହୋଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ୩ ଜଣ ଯୁବକ ନିଖୋଜ ରହିଛନ୍ତି ।
ଟୋଙ୍କ ଜିଲ୍ଲା ଏସପି ବିକାଶ ସାଙ୍ଗୱାନ କହିଛନ୍ତି, ଜୟପୁରର ୧୧ ଯୁବକ ପିକନିକ୍ ପାଇଁ ଟୋଙ୍କ ଆସିଥିଲେ । ସମସ୍ତଙ୍କ ବୟସ ୨୦ ରୁ ୨୫ ବର୍ଷ ହେବ ବୋଲି କୁହାଯାଉଛି । ଜିଲ୍ଲା ପୋଲିସ ଅଧିକ୍ଷକ ବିକାଶ ସାଙ୍ଗୱାନ, ଅତିରିକ୍ତ ପୋଲିସ ଅଧିକ୍ଷକ ବ୍ରିଜେନ୍ଦ୍ର ସିଂହ ଏବଂ ଏସଡିଏମ୍ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।












Click it and Unblock the Notifications