ଝାଡ଼ଖଣ୍ଡରେ ଡଙ୍ଗା ବୁଡି ଗୋଟିଏ ପରିବାର 8 ମୃତ
ଝାଡଖଣ୍ଡର କୋଡରମାରେ ଡଙ୍ଗା ଓଲଟି 8 ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର 9ଜଣ ସଦସ୍ୟ ପଞ୍ଚଖେରୋ ଡ୍ୟାମ ବୁଲିବାକୁ ଆସିଥିଲେ । ଡଙ୍ଗାରେ ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା।
ରାଞ୍ଚି: ଝାଡଖଣ୍ଡର କୋଡରମାରେ ଡଙ୍ଗା ଓଲଟି 8 ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର 9ଜଣ ସଦସ୍ୟ ପଞ୍ଚଖେରୋ ଡ୍ୟାମ ବୁଲିବାକୁ ଆସିଥିଲେ । ଡଙ୍ଗାରେ ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା। ପ୍ରବଳ ପବନ ପରେ ଡ୍ୟାମ ପାଣି ଅସ୍ଥିରତା କାରଣରୁ ଡଙ୍ଗା ଓଲଟି ପଡ଼ିଥିଲା । ଆଉ ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ।
ପରିବାରର ସଦସ୍ୟ ପ୍ରଦୀପ ସିଂ ପହଁରି କୂଳକୁ ଆସିବାରେ ସମର୍ଥ ହୋଇଥିଲେ । ଏହାପରେ ଲୋକମାନଙ୍କୁ ଜଣାଇଥିଲେ । ମରକଚ୍ଚୋ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବଗୁଡିକୁ ଡ୍ୟାମରୁ ଉଦ୍ଧାର କରିଛି ।

ସୂଚନାନୁଯାୟୀ, ଗିରିଡିହ ଜିଲ୍ଲାର ରାଜଧନୱାର ଥାନା ଅଞ୍ଚଳର ଖେତୋଂ ଗାଁର ଏକ ପରିବାର ଡ୍ୟାମ ବୁଲିବା ପାଇଁ ଆସିଥିଲେ । ସମସ୍ତେ ଗୋଟିଏ ଡଙ୍ଗାରେ ବସି ଯାଉଥିଲେ । ହେଲେ ହଠାତ ପ୍ରବଳ ବର୍ଷା ଓ ପବନ କାରଣରୁ ଡଙ୍ଗାଟି ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ନାବିକ ଏଥିରୁ ପହଁରି ବାହାରକୁ ଆସିଥିଲେ । ଏହାପରେ ସେ ଫେରାର ହୋଇଯାଇଛନ୍ତି ।
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନେ ହେଲେ, ପ୍ରଦୀପ ସିଂହଙ୍କ 17 ବର୍ଷୀୟ ପୁତ୍ର ଶିବମ ସିଂହ ଏବଂ 14ବର୍ଷୀୟା ପଲକ କୁମାରୀ, 40 ବର୍ଷୀୟ ସୀତାରାମ ଯାଦବ ଏବଂ ତାଙ୍କର ତିନି ସନ୍ତାନ 16 ବର୍ଷୀୟା ଶେଜଲ କୁମାରୀ, 8 ବର୍ଷୀୟ ହର୍ଷଲ କୁମାର, 5ବର୍ଷୀୟ ବଉଭା, 16 ବର୍ଷୀୟ ରାହୁଲ କୁମାର, 14ବର୍ଷୀୟ ଅମିତ କୁମାର ରହିଛନ୍ତି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications