ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ବାଚସ୍ପତି: ସଂସଦରେ ବିରୋଧୀ ପକ୍ଷର ୮ ସାଂସଦ ସସ୍ପେଣ୍ଡ୍
ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍ ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି ।

ଏଥିରେ ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ, ପ୍ରଶାନ୍ତ ପାରୋଲ୍, ଏସ୍ ଭେଙ୍କଟରମଣ, ମାନିକମ୍ ଟାଗୋର୍, କିରଣ କୁମାର ରେଡ୍ଡୀ, ହିବି ଏଡେନ୍, ଗୁରଜିତ ଆଉଜଲା ଏବଂ ଡିନ୍ କୋରିଆକୋସ୍ ରହିଛନ୍ତି । ଗୃହରେ ବିଶୃଙ୍ଖଳା ଆଚରଣ ଓ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରିବାକୁ ଅପିଲ କରିଥିଲେ ।












Click it and Unblock the Notifications