ଆତ୍ମସମର୍ପଣ କଲେ ୮ ମାଓବାଦୀ
ମାଲକାନଗିରି : ସୁରକ୍ଷା ବାହିନୀକୁ ମିଳିଲା ବଡ ସଫଳତା । ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର ମାଓବାଦୀଙ୍କ ସହ ମୋଟ ୮ ଜଣ ନକ୍ସଲ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁରରେ ଏଭଳି ଘଟଣା ଘଟିଛି । ବିଜାପୁରରେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା ।
ତିନି ଜଣ ହାର୍ଡକୋର ମାଓବାଦୀଙ୍କ ସହ ମୋଟ ୮ ଜଣ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଆତ୍ମସମପର୍ଣ କରିଥିବା ମାଓବାଦୀଙ୍କ ନାଁରେ ହତ୍ୟା, ଆଇଇଡି ବିସ୍ଫୋରଣ, ସୁରକ୍ଷା କର୍ମୀଙ୍କ ଉପରେ ଗୁଳିଚାଳନା କରିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି ।

ଆତ୍ମସମର୍ପଣ ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ବିଜାପୁର ପୋଲିସ କହିଛି ।












Click it and Unblock the Notifications