Get Updates
Get notified of breaking news, exclusive insights, and must-see stories!

କତାର ଜେଲରେ ବନ୍ଦ ଥିବା ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

Death Penalty: ଗୁରୁବାର (26 ଅକ୍ଟୋବର) କତାର କୋର୍ଟ ଭାରତର 8 ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଯାହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ମୃତ୍ୟୁଦଣ୍ଡର ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।

ମନ୍ତ୍ରଣାଳୟ ଆହୁରି କହିଛି ଯେ, ଆମେ ପରିବାର ସଦସ୍ୟ ଏବଂ ଆଇନ ଟିମ୍ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ। ଆମେ ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ପ୍ରଦାନ କରାଯିବ । କତାର କର୍ତ୍ତୃପକ୍ଷଙ୍କ ସହ ଏହି ନିଷ୍ପତ୍ତିକୁ ଆଲୋଚନା ମଧ୍ୟ କରାଯିବ ।

Qatar

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଏହି ଆଠ ଜଣ ବ୍ୟକ୍ତି କତାରରେ ଅବସ୍ଥିତ Al Dahra Company କାର୍ଯ୍ୟକରନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂଚନା ଅନୁସାରେ, ଭାରତୀୟ ନୌସେନାର ଏହି ୮ ଜଣ ପୂର୍ବତନ ଯବାନଙ୍କ ଉପରେ ଅଭିଯୋଗ ରହିଥିଲା ଯେ, ସେମାନେ ସବମରୀନ ପ୍ରୋଗ୍ରାମକୁ ନେଇ ଗୁପ୍ତଚର କାମ କରୁଥିଲେ । ଯେଉଁ ସମୟରେ ସେମାମେ ଧରାପଡିଥିଲେ ଏବଂ କତାର ସରକାର ସେମାନଙ୍କୁ ଜେଲରେ ବନ୍ଦୀ କରି ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+