‘ଗୁଜୁରାଟରେ ୨୦୩୬ ଅଲମ୍ପିକ କ୍ରୀଡ଼ା ଆୟୋଜନ ପାଇଁ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି'
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର . ମୋଦୀଙ୍କ ନେତୃତ୍ୱରେ ଦେଶରେ ଏକ ନୂତନ କ୍ରୀଡ଼ା ସଂସ୍କୃତିର ବିକଶିତ ହୋଇଛି । ଲକ୍ଷ୍ନୌଠାରେ ଆଜି ସଂସଦ ଖେଳ ମହାକୁମ୍ଭକୁ ଉଦ୍ଘାଟନ କରିବା ଅବସରରେ ରାଜନାଥ ସିଂହ କହିଛନ୍ତି ଉଭୟ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାର କ୍ରୀଡ଼ା ଅନୁକୂଳ ନୀତି ପ୍ରଣୟନ କରୁଛନ୍ତି । ଫଳରେ ଛୋଟ ଛୋଟ ସହର, ଗୁଡ଼ିକରେ ଯୁବବର୍ଗ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି ।
୨୦୩୬ରେ ଗୁଜୁରାଟରେ ଅଲମ୍ପିକ କ୍ରୀଡ଼ା ଆୟୋଜନ ପାଇଁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଏପରିକି ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଆଗାମୀ ବର୍ଷ ଗୁଡ଼ିକରେ ଖେଳ ମହାକୁମ୍ଭର ଫଳାଫଳ ସ୍ପଷ୍ଟଭାବେ ଦୃଶ୍ୟମାନ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ସେ କହିଛନ୍ତି ତୃଣମୂଳ ସ୍ତରରେ ପ୍ରାୟ ୧୦ଟି ଖେଲୋ ଇଣ୍ଡିଆ କେନ୍ଦ୍ରରେ ଖେଳାଳିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଏହି ଅବସରରେ ରାଜନାଥ ସିଂହ କ୍ରୀଡ଼ା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରିଛନ୍ତି । ୪ ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଜୁନିୟର ଏବଂ ସିନିୟର ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୨୫ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ।












Click it and Unblock the Notifications