ବିଶ୍ୱରେ ଭାରତକୁ ଏକ ଆଶାର କିରଣ ଭାବେ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରହିଛି:ଅମିତ ଶାହା

ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଅଞ୍ଚଳ ରାୟଗଡ଼ ଦୁର୍ଗ ଦେଶର ଯୁବବର୍ଗଙ୍କ ପ୍ରେରଣାର ଉତ୍ସଭାବେ ବିକଶିତ କରିବାକୁ ଉଭୟ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ମହାରାଷ୍ଟ୍ରର ରାୟଗଡ଼ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୪୫ତମ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଶାହା ଏହା କହିଛନ୍ତି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍‍ରେ ଥରେ ସେହି ପବିତ୍ର ସ୍ଥଳୀକୁ ଗସ୍ତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସେମାନେ ଛତ୍ରପତି ଶିବାଜୀ ମହାରାଜଙ୍କ ପରମ୍ପରା ଏବଂ ଆଦର୍ଶ ସହିତ ଯୋଡ଼ି ହୋଇପାରିବେ ।

Amit Shah

ସେ କହିଛନ୍ତି, ଶିବାଜୀ ମହାରାଜଙ୍କର ବାର୍ତ୍ତା ଥିଲା ସ୍ୱରାଜ ପାଇଁ ଲଢ଼େଇ କେବେ ବି ବନ୍ଦ ହେବା ଉଚିତ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶିବାଜୀ ମହାରାଜଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତକୁ ସମଗ୍ର ବିଶ୍ୱରେ ଏକ ଆଶାର କିରଣ ଭାବେ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଶାହା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+