ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ,ଶିକ୍ଷା ମନ୍ତ୍ରୀଙ୍କୁ ତିନିବର୍ଷ ଜେଲ
ଉତ୍ତର ଚେନ୍ନାଇ: ବେଆଇନ ସମ୍ପତ୍ତି ଠୁଳ ମାମରେ ଶିକ୍ଷା ମନ୍ତ୍ରୀଙ୍କୁ ତିନି ବର୍ଷ ଜେଲ । ଗୁରୁବାର ଦିନ ମାମଲାର ବିଚାର କରି ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ. ପୋନମୁଡିଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କେ. ପୋନମୁଡି ଓ ତାଙ୍କ ପତ୍ନୀ ପି ବିଶାଲକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ହାଇକୋର୍ଟ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ସେମାନଙ୍କୁ ଦଣ୍ଡିତ କରିଛନ୍ତି।


ମଙ୍ଗଳବାର ଦିନ ବେଆଇନ ସମ୍ପତ୍ତି ଠୁଳ ମାମଲାରେ କେ.ପନମୁଡି ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ମାଡ୍ରାସା ହାଇକୋର୍ଟ ଦୁହିଁଙ୍କ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ। ପୂର୍ବରୁ ନିମ୍ନ ଅଦାଲତ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବର୍ତ୍ତମାନ ସେହି ରାୟକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଯଦି ସୁପ୍ରିମକୋର୍ଟ ଏହି ଦଣ୍ଡ କାଏମ ରଖନ୍ତି, ତେବେ ସେ ତାଙ୍କର ବିଧାୟକ ଏବଂ ମନ୍ତ୍ରୀ ପଦ ହରାଇବେ।












Click it and Unblock the Notifications