ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ । ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ସହ ସ୍ନାନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା' ଗଙ୍ଗା, ଯମୁନା ଏବଂ ସରସ୍ଵତୀଙ୍କ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭର ଅଲୌକିକ ସଙ୍ଗମର ଅବସର ଉପନୀତ ହୋଇଛି । ଏହି ସଙ୍ଗମରେ ପୂଜ୍ୟ ସାଧୁ ସନ୍ଥ ଏବଂ ଭକ୍ତମାନେ ଏକାଠି ହୋଇଛନ୍ତି । ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ । ଏହି ଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ 'ମହାକୁମ୍ଭ'ରେ ସପରିବାର ଶ୍ରଦ୍ଧାର ସହିତ ସ୍ନାନ କରିବା ମୋ ପାଇଁ ଦିବ୍ୟ ଅନୁଭୁତି ଏବଂ ପରିବାର ପାଇଁ ସୌଭାଗ୍ୟର ବିଷୟ।

ଜାନୁଆରୀ ୧୩ ତାରିଖରୁ, ପ୍ରୟାଗରାଜରେ ୪୩ ଦିନ ବ୍ୟାପୀ ମହାକୁମ୍ଭ ମେଳାରେ ୫୦ କୋଟିରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ସଙ୍ଗମରେ ବୁଡ଼ ପକାଇଛନ୍ତି। ୨୬ ଫେବୃଆରୀରେ ପବିତ୍ର ମହାଶିବରାତ୍ରି ଅବସରରେ ମହାକୁମ୍ଭ ଶେଷ ହେବ। ତେବେ ଏହା ପୂର୍ବରୁ ତୀର୍ଥଯାତ୍ରୀଙ୍କ ଆଗମନ ଜାରି ରହିବ ବୋଲି ଆଶା କରାଯାଉଛି।












Click it and Unblock the Notifications