ଝାଡ଼ଖଣ୍ଡରେ ଇଡିର ବଡ କାର୍ଯ୍ୟନୁଷ୍ଠାନ,ମନ୍ତ୍ରୀଙ୍କ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ମିଳିଲା ୩୦ କୋଟି ଟଙ୍କା
ଗୋଟିଏ ପଟେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତା ୭ ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ, ଝାଡଖଣ୍ଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାସ୍ତବରେ, PMLA ଅଧୀନରେ, ଇଡି ଅଧାରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା। ଝାଡ଼ଖଣ୍ଡରେ ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବା ସୂଚନା ପାଇଲା ଇଡି। ଏହାପରେ ମନ୍ତ୍ରୀଙ୍କ ଉପରେ ତୀକ୍ଷଣ ନଜର ରଖିଥିବା ଇଡି ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ଜବତ କରିଛି ପୁଳା ପୁଳା ଟଙ୍କା। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରେ ଇଡି ଅଧିକାରୀ ପଶିଥିବା ବେଳେ ଘର ଭିତରୁ ବାହାର କରିଛନ୍ତି ଗଦ ଗଦା ଟଙ୍କା ।

ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍ରେ ଥିବା ବେଳେ ଏବେ ରାଜ୍ୟରେ ଆଉ ଏକ ମହାଘୋଟାଲା ସାମନାକୁ ଆସିଛି । ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଇଡି ପାଖାପାଖି ୩୦ କୋଟି ଟଙ୍କା ଜବତ କରତ ସାରିଲାଣି।
କିଛି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗରେ ଗତ ବର୍ଷ ଫେବୃୟାରୀରେ ଝାଡଖଣ୍ଡର ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ଅଭିୟନ୍ତା ବିରେନ୍ଦ୍ର କେ. ରାମଙ୍କୁ ଗିରଫ କରାଯାଇଥିଲା । ୧୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗର ଯାଞ୍ଚ ଇଡି କରୁ ଥିବା ବେଳେ ଏହାର କନେକ୍ସନ ମନ୍ତ୍ରୀଙ୍କ ସହ ଥିବା ଜାଣିବାକୁ ପାଇଥିଲା।
ଏହାପରେ ମନ୍ତ୍ରୀ ଆଲମଙ୍କ କାର୍ଯ୍ୟାଳୟରେ ସାଂଘାତିକ ଲାଞ୍ଚ କାରବାର ଚାଲୁଥିବା ବେଳେ କଳା ଟଙ୍କା ଚାକର ଘରେ ରଖାଯାଉଥିବା ଇଡିକୁ ସୂଚନା ମିଳିଥିଲା। ଏହାପରେ ଇଡି ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରେ ଚଢ଼ାଉ କରି ଯାହା ଦେଖିଲା ଆଖି ଖୋସି ହୋଇଗଲା। ଘରୁ ଇଡି ଟିମ୍ ପୁଳା ପୁଳା ଟଙ୍କା ଜବତ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।












Click it and Unblock the Notifications