Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କ ଘରେ ED Raid

ED Raid: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ଘରେ ଇଡି ରେଡ୍ । ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଚଢାଉ କରିଛି ଇଡି । ୧୦ଟି ଦଳ ଏହି ଚଢାଉରେ ସାମିଲ ହୋଇଥିବା ନେଇ ସୂଚନା ରହିଛି ।

ତେବେ ରେଡ୍ ବେଳେ କବିତାଙ୍କ ବାସଭନକୁ ସମସ୍ତଙ୍କ ପ୍ରବଶେ ଉପରେ ରୋକ୍ ଲଗାଯାଇଛି । ଅନ୍ୟପଟେ କବିତାଙ୍କ ଘର ବାହାରେ ପୋସିଲ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଏହା ପୂର୍ବରୁ କବିତାଙ୍କୁ ଉଭୟ ଇଡି ଏବଂ ସିବିଆଇ ପଚରାଉଚରା କରିଥିବା ନେଇ ସୂଚନା ରହିଛି ।

ED Raid

ଇଡି ଏବଂ ଆଇଟି ଅଧିକାରୀ ଏକାଠି କବିତାଙ୍କ ବାସଭବନରେ ଚଢାଉ କରିଛନ୍ତି । ଏହା ପୂର୍ବରୁ କବିତାଙ୍କୁ ୯ଘଣ୍ଟାର ପଚରାଉଚରା କରାଯାଇଥିଲା । ଇଡି ଦାବି କରିଥିଲା ଯେ, ସାଉଥ୍ ଗ୍ରୁପ୍ ମୂଆ ଅବକାରୀ ନୀତି ଲାଗୁ ହେବା ସମୟରେ ଆପ୍ ସରକାରଙ୍କୁ ୧୦୦କୋଟି ଟଙ୍କା ଦେଇଥିଲା । ଏଥିରେ ଏମଏଲସି କବିତା ଏହି ଗ୍ରୁପର ଥିବା ନେଇ ଇଡି ଅଭିଯୋଗ କରିଛି ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଅର୍ଥ ହେରଫେର ଘଟଣାରେ ବିଡିଏସ୍ ଏମ୍ଏଲ୍ସି କବିତାଙ୍କୁ ପଚରାଉଚରା କରିବା ପରେ ଇଡି ତାଙ୍କ ପୂର୍ବତନ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ଜେରା କରିଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ମାମଲାରେ ଅନିୟମିତତା ସମ୍ପର୍କରେ ଇଡି ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଥର ସମନ ଜାରି କରାଯିବା ସତ୍ତ୍ୱେ ସେ ଏହାକୁ ଅଣଦେଖା କରିଛନ୍ତି ।

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଥିବା ସମୟରେ ବିଆରଏସ ନେତା କବିତାଙ୍କ ଘରେ ଇଡି ରେଡ୍ ହୋଇଛି । BRS ବୁଧବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାରିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, କବିତା ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ବିଆରଏସ ନିଜାମାବାଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ୨୦୧୪ ଲୋକସଭା ନିର୍ବାଚନରେ ​​କେ କବିତା ଏହି ଆସନ ଜିତିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+