ଖାଇବା ତେଲ ଦର ହ୍ରାସ ଘଟିଛି ବୋଲି ଦାବି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଖାଇବା ତେଲ ବୃଦ୍ଧି ଯୋଗୁ ଖାଉଟି ହନ୍ତସନ୍ତ ହେବା ପରେ ଏବେ ଏହାର ଦର ହ୍ରାସ ଘଟିଛି। ପେଟ୍ରୋଲ ଡିଜେଲ ପରେ ଶସ୍ତା ହୋଇଛି ଖାଇବା ତେଲ । ପାମ ତେଲ, ସୋୟାବିନ୍ ଓ ସୂର୍ଯ୍ୟମୁଖୀର ଦର କମ୍ ହୋଇଛି । ପାମ୍ ବା ତାଳ ତେଲ ଉପରେ କୃଷି ସେସ୍ ୨୦ ପ୍ରତିଶତରୁ କମାଇ ୭.୫ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର । ସେହିପରି ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫ ପ୍ରତିଶତକୁ କମିଛି କୃଷି ସେସ୍ । କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟ ଏହା ଘୋଷଣା କରିଛି । ଏହି ଘୋଷଣା ପରେ ଖାଇବା ତେଲର ଦାମ ଲିଟର ପିଛା ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ କମିଛି । ଅବଶ୍ୟ ବିଭିନ୍ନ ଜାଗାରେ ଅଲଗା ହାରରେ ଏହି ମୂଲ୍ୟ ହ୍ରାସ ଘଟିଛି ।

ଦିଲ୍ଲୀରେ ପାମ୍ ତେଲ ଲିଟର ପିଛା ୬ ଟଙ୍କା, ବାଦାମ ତେଲ ୭ଟଙ୍କା, ସୋୟାବିନ ତେଲ ଲିଟର ପିଛା ୫ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୦ଟଙ୍କା କମିଛି । ତେବେ ଅନ୍ୟ କେତେ ଜାଗାରେ ଏହି ଦର ୨୦ ଟଙ୍କା ପର୍ଯ୍ୟନ୍ତ କମିଛି । ଉତ୍ତର ପ୍ରଦେଶର ଆଲିଗଡ଼ରେ ପାମ ତେଲ ଲିଟର ପିଛା ୧୮ ଟଙ୍କା କମିଛି । ସେହିପରି ମେଘାଳୟର ଜୱାଇରେ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ୨୦ ଟଙ୍କା ପର୍ଯ୍ୟନ୍ତ କମିଛି । ଏହାସହ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ଆମଦାନୀ ଶୁଳ୍କକୁ ସନ୍ତୁଳିତ ସ୍ତରକୁ ଆଣିଛି । ବିଭିନ୍ନ ଖାଇବା ତେଲ କମ୍ପାନୀ ମଧ୍ୟ ହୋଲସେଲ ଦର ଲିଟର ପିଛା ୪ରୁ ୭ଟଙ୍କା କମାଇଛନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications