ଆଜି ତେଜସ୍ଵୀଙ୍କ ପାଳି, ପଚରାଉଚରା କରିବ ଇଡି

ପାଟନା : ଆଜି ତେଜସ୍ଵୀଙ୍କୁ ପଚରାଉଚରା କରିବ ଇଡି । ଲ୍ୟାଣ୍ଡ ଫର୍‌ ଜବ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି ।

Tajaswi Yadav

ମଙ୍ଗଳବାର ଇଡି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବାକୁ ଯାଉଛି। କୁହାଯାଉଛି ଯେ ତେଜସ୍ବୀ ଯାଦବ ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ। ସୂଚନାlଯୋଗ୍ୟ, ଏହା ପୂର୍ବରୁ ୨୨ ଡିସେମ୍ବର ଏବଂ ୫ ଜାନୁଆରୀରେ ଇଡି ପଚରାଉଚରା ପାଇଁ ତେଜାସ୍ବୀଙ୍କୁ ଡାକିଥିଲେ, କିନ୍ତୁ ସେ ଉଭୟ ଥର ଇଡି ଆଗରେ ହାଜର ହୋଇନଥିଲେ।

ସୂଚନାlଯୋଗ୍ୟ, ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନର ଗୋଟିଏ ଦିନ ପରେ ଇଡି ତେଜସ୍ବୀ ଯାଦବଙ୍କୁ ତଦନ୍ତ ନୋଟିସ ଦେଇଛନ୍ତି। ଲ୍ୟାଣ୍ଡ ଫର ଜବ୍‌ ମାମଲାରେ, ଜାନୁଆରୀ ୧୯ରେ ଇଡି ଏକ ନୋଟିସ ପଠାଇ ଜାନୁଆରୀ ୨୯ ରେ ତେଜସ୍ବୀ ଯାଦବ ଏବଂ ଜାନୁଆରୀ ୩୦ ରେ ଲାଲୁ ଯାଦବଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ସୋମବାର ଲାଲୁ ଯାଦବଙ୍କୁ ପ୍ରାୟ ୯ଘଣ୍ଟା ଧରି ଇଡି ପଚରାଉଚରା କରିଥିଲା। ସୂଚନା ଅନୁଯାୟୀ, ତେଜସ୍ବୀ ଯାଦବ ଇଡିରେ ହାଜର ନହେବା ପାଇଁ ନିଜର ବ୍ୟସ୍ତତା ବିଷୟରେ ଉଲ୍ଲେଖ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+