ବଢ଼ିଲା ମୁଖ୍ୟମନ୍ତ୍ରୀ ସୋରେନଙ୍କ ଅଡ଼ୁଆ, ହୋଇପାରନ୍ତି ଗିରଫ !
ଝାଡଖଣ୍ଡରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦଳ ହେମନ୍ତ ସୋରେନଙ୍କୁ ତାଙ୍କ ବାସଭବନରେ ପଚରାଉଚରା କରିବ । ନିଖୋଜ ହେବାର ଖବର ମଧ୍ୟରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁଆରୀ 31 ରେ ତଦନ୍ତ ପାଇଁ ରାଜି ହୋଇଥିଲେ । ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ଗିରଫ ଧମକର ସମ୍ମୁଖୀନ ହେଉଛନ୍ତି। ଇଡି ସୋମବାର ସୋରେନଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ସେଠାରେ 13 ଘଣ୍ଟାରୁ ଅଧିକ ସମୟ ରହିଥିଲା । ତେବେ ହେମାନ୍ତ ସୋରେନଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା। ଚର୍ଚ୍ଚା ହେଉଛି କି ଇଡି ଶୀଘ୍ର ହେମନ୍ତଙ୍କୁ ଗିରଫ କରିପାରେ ।

ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ଏହାପରେ ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ। ଗତ ୨୦ରେ ମଧ୍ୟ ରାଞ୍ଚିସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି।
ଦିଲ୍ଲୀରୁ ଗତ ୨୯ ତାରିଖରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ଗତକାଲି ରାଞ୍ଚିରେ ପ୍ରକଟ ହୋଇଥିଲେ। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ହେମନ୍ତ ସୋରେନ୍ ରାଞ୍ଚିରେ ପହଞ୍ଚିଥିଲେ। ଏହାପରେ ସେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ନିଜ ବାସଭବନରେ ବୈଠକ କରିଥିଲେ। । ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି। ଉକ୍ତ ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଥିଲେ।












Click it and Unblock the Notifications