ହେମନ୍ତଙ୍କ ଘରେ ପହଁଞ୍ଚିଲା ଇଡି, ଆରମ୍ଭ ହେଲା ଜେରା
Jharkhand CM Hemant Soren News: ଜମି ଦୁର୍ନିତ ମାମଲା ରେ ଇଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଜେରା କରିବା ଆରମ୍ଭ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୭ ଅଧିକାରୀ ଟିମ୍ ଆଜି ଦିନ ୧ଟା୧୫ ରେ ସିଏମ୍ ହାଉସରେ ପହଞ୍ଚିଥିଲା । ଏହାପୂର୍ବରୁ ଜାନୁଆରୀ ୨୦ ରେ, ସାଢ଼େ ସାତ ଘଣ୍ଟା ଧରି ଇଡି ପଚରାଉଚରା କରିଥିଲା ।

ଆଉ ଆଜି ପୁଣି ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି ଇଡ଼ି । ଏହାକୁ ନେଇ ହେମନ୍ତ ସୋରେନ୍ଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳୁଛି । ଏସବୁ ଭିତରେ ସୋରେନଙ୍କ ଗିରଫଦାରୀ ନେଇ ଆଶଙ୍କା ମଧ୍ୟ ବଢି ଯାଇଛି ।
ଇଡିପୂର୍ବରୁ ୧୦ ଥର ସମନ୍ ପଠାଇଥିଲେ ହାଜର ହୋଇ ନାହାଁନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ୪୦ ଘଂଟା ଧରି ଗାୟବ ହୋଇଯିବା ପରେ ମଙ୍ଗଳବାର ହଠାତ୍ ଦିଲ୍ଲୀରୁ ରାଂଚି ପହଞ୍ଚିଥିଲେ ହେମନ୍ତ ସୋରେନ୍ । ମଙ୍ଗଳବାର ନିଜ ବାସଭବନରେ ଦେଢ ଘଂଟା ଧରି ନିଜ ବିଧାୟକଙ୍କ ସହ ବୈଠକ କରିଥିଲେ । ବୈଠକରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ୍ ମଧ୍ୟ ଉପସ୍ଥିତ ଥିଲେ ।
ଅନ୍ୟପଟେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କର୍ମୀମାନେ ରାଞ୍ଚିରେ ଥିବା ସିଏମ ହେମନ୍ତ ସୋରେନଙ୍କ ବାସଭବନ ନିକଟରେ ଥିବା ମୋର୍ହବାଡି ପଡିଆରେ ଏକତ୍ରିତ ହୋଇ ଇଡି ଦ୍ୱାରା ପଚରାଉଚରାକୁ ବିରୋଧ କରିଛନ୍ତି । ହେମନ୍ତ ସୋରେନଙ୍କୁ ଇଡ଼ିର ପଚରାଉଚରାକୁ ଝାଡଖଣ୍ଡ ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ଯେ ସେ ସାମ୍ବିଧାନିକ କ୍ଷମତାର ଭଲ ଉପଯୋଗ କରିବେ । ଏହି ସମସ୍ତ ପରିସ୍ଥିତି ବିରୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଶକ୍ତି ସହିତ ଛିଡା ହୋଇଛୁ । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆମେ ସୁରକ୍ଷା ଦେବୁ । ଲୋକମାନେ ଆମକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି, ଲୋକମାନଙ୍କ ଉନ୍ନତି ପାଇଁ ସରକାର ଏହାର ଦାୟିତ୍ । ତୁଲାଇବେ ।












Click it and Unblock the Notifications