ଆପ୍ ନେତାଙ୍କ ବଢ଼ିଲା ଅଡୁଆ, ସତ୍ୟେନ୍ଦ୍ର ଜୈନଙ୍କୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ଆପ ନେତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଦେବାକୁ ଇଡି ଦାବି କରିଛି। ଏହି ମାମଲାରେ ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସତ୍ୟେନ୍ଦ୍ର ଜୈନଙ୍କୁ ନୋଟିସ ଜାରି କରିଛନ୍ତି।

ତଦନ୍ତକାରୀ ସଂସ୍ଥା କହିଛି ଯେ, ଏହି ମାମଲାରେ ଏକ ନୂତନ ଡେଭଲପମେଣ୍ଟ ହୋଇଛି; ଯେପର୍ଯ୍ୟନ୍ତ ଇଡି ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିନାହିଁ, ସେପର୍ଯ୍ୟନ୍ତ ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣିକୁ ସ୍ଥଗିତ ରଖାଯିବା ଉଚିତ। ଅପରାଧରେ ଜଡିତ ଅପରାଧର ଆୟ ପରିମାଣ ସମ୍ପର୍କରେ ନୂତନ ତଦନ୍ତ ଆଧାରରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବାକୁ ଇଡି କହିଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୩ ରେ ଦିଲ୍ଲୀ ହାଇକୋର୍ଟରେ ହେବ।












Click it and Unblock the Notifications