Get Updates
Get notified of breaking news, exclusive insights, and must-see stories!

ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି, ହୋଇପାରନ୍ତି ଗିରଫ

Jharkhand CM Hemant Soren: ଝାଡ଼ଖଣ୍ତ ମୁ୍ଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପୁଣି ପହଞ୍ଚିଲା ଇଡି ଟିମ୍ । ମନି ଲଣ୍ତରିଂ ମାମଲାରେ ଏଥର ଝାଡ଼ଖଣ୍ତ ମୁ୍ଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ପଚରାଉଚରା କରୁଥଛି ଇଡି । ୯ଥର ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିଲେ ହେମନ୍ତ । ମନି ଲଣ୍ତରିଂ ମାମଲାକୁ ନେଇ ଆଜି ତାଙ୍କୁ ପଚରଉଚରା କରାଯାଇ ପାରେ ।

Jharkhand CM Hemant Soren

ଏହାପୂର୍ବରୁ ଜାନୁଆରୀ 20ରେ କେନ୍ଦ୍ରୀୟ ଏଜେନ୍ସି ଇଡି ଅର୍ଥ ହେରଫେର ମାମଲାରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିବୃତ୍ତି ରେକର୍ଡ କରିଥିଲା । ଏହା ପରେ ମଧ୍ୟ ପଚରାଉଚରା ଶେଷ ହୋଇ ନ ଥିବାରୁ ତାଜା ସମନ ଜାରି କରାଯାଇଥିଲା । ଏଜେନ୍ସି ଅନୁଯାୟୀ,ଝାଡଖଣ୍ଡର ମାଫିଆଙ୍କ ଦ୍ୱାରା ଜମି ମାଲିକାନାରେ ବେଆଇନ ପରିବର୍ତ୍ତନ ହୋଇଛି ଯାହା ସମ୍ପର୍କ ମୁଖ୍ୟମନ୍ତ୍ରୀଙ୍କ ସହି ରହିଛି । ଏହାପୂର୍ବରୁ, ଜମି ଚୁକ୍ତି ସ୍କାମରେ ଜାନୁଆରୀ 29 ରୁ 31 ମଧ୍ୟରେ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଇଡି ସମୟ ମାଗିଥିଲା ।

ଜାନୁୟାରୀ 27 ରୁ 31 ମଧ୍ୟରେ ପଚରାଉଚରା ପାଇଁ ଏକ ସମୟ ଏବଂ ସ୍ଥାନ ସ୍ଥିର କରି ଝାଡଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ 25 ଜାନୁୟାରୀ 2024 ସୁଦ୍ଧା ଏଜେନ୍ସିକୁ ଜଣାଇବାକୁ ଇଡି ପକ୍ଷରୁ ଜାନୁଆରୀ 22 ରେ ଏକ ସମନ ଜାରି କରାଯାଇଥିଲା । ଏହା ପରେ ଝାଡଖଣ୍ଡ ସିଏମ ସୋରେନ ରବିବାର ଦିନ ଦିଲ୍ଲୀ ଯାଇଥିଲେ । ବର୍ତ୍ତମାନ ସୋମବାର ଦିନ ଇଡି ଦଳ ଦିଲ୍ଲୀରେ ତାଙ୍କ ବାସଭବନରେ ପହଞ୍ଚିଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+