ବେଆଇନ୍ ବେଟିଂ ଆପ୍ ମାମଲାରେ ଇଡିର ବଡ଼ ଆକ୍ସନ, ପୂର୍ବତନ କ୍ରିକେଟର ଓ ବଲିଉଡ୍ ସେଲିବେଟ୍ରିଙ୍କ ସଂପତ୍ତି ଜବତ
ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସମ୍ପତ୍ତି ଜବତ ହୋଇଛି। ସେହିପରି ଉର୍ବଶୀ ରୌତେଲାଙ୍କ ୨ କୋଟି, ସୋନୁ ସୁଦ୍ଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
ପୂର୍ବରୁ, ସମାନ ମାମଲାରେ, ଇଡି ଶିଖର ଧାୱନଙ୍କର ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ଏପର୍ଯ୍ୟନ୍ତ, ୧x ବେଟିଂ ମାମଲାରେ ଇଡି ୧୯.୦୭ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି। ତଦନ୍ତ ଜାରି ରହିଛି।













Click it and Unblock the Notifications