ବଢିଲା ମହୁଆଙ୍କ ଅଡୁଆ, ଏହି କାରଣରୁ ଇଡି ପଠାଇଲା ସମନ
ED Summons Mahua Moitra: ବଢିଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଅଡୁଆ । ବର୍ତ୍ତମାନ ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଛି । ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ଇଡ ସମନ ଜାରି କରିଛି ।
ବୈଦେଶିକ ମୁଦ୍ରା କାରବାର ସହ ଜଡିତ ଏକ ମାମଲାରେ ଟିଏମସି ନେତା ମହୁଆ ମୈତ୍ରଙ୍କୁ ଇଡି ସମନ ପଠାଯାଇଛି। ସୋମବାର ଅର୍ଥାତ୍ 19 ଫେବୃଆରୀରେ ନୂଆଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହାଜିର ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ମହୁଆ ମୈତ୍ର ହାଜିରେ ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ।

ଏହାପୂର୍ବୁ ଟିଏମସି ନେତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ମହୁଆ ମୈତ୍ର ଗୃହରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ସିବିଆଇର ପକ୍ଷରୁ ପଚରାଉଚରା ପାଇଁ ନୋଟିସ୍ ପଠାଯାଇଥିଲା ଏଥି ପାଇଁ ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଛି । ବାସ୍ତବରେ, ନୈତିକ କମିଟି ଏହାର ରିପୋର୍ଟରେ ମହୁଆ ମୈତ୍ରଙ୍କ ସାଂସଦ ସଦସ୍ୟତା ବାତିଲ କରିବାକୁ ସୁପାରିଶ କରିଥିଲା ଏବଂ ଏହି ଘଟଣାର ଆଇନଗତ ତଦନ୍ତ ପାଇଁ ମଧ୍ୟ ସୁପାରିଶ କରିଥିଲା ।












Click it and Unblock the Notifications