ପୁଣି ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ: କେଜ୍ରିୱାଲଙ୍କୁ ଚତୁର୍ଥ ଇଡି ସମନ
ED summons Delhi CM Arvind Kejriwal: ପୁଣି ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଏହାକୁ ମିଶାଇ ୪ଥର ସମନ କରିସାରିଲାଣି ଇଡି । ଏହା ପୂର୍ବରୁ କେଜ୍ରିୱାଲଙ୍କୁ 3 ଥର ଇଡି ସମନ ପଠାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ତେବେ ଏଥର ସେ ହାଜର ହେବେ ନା ପୁଣି ଇଡି ସମନକୁ ଅଣଦେଖା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଚତୁର୍ଥ ଥର ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ଜାନୁଆରୀ 18ରେ ପଚରାଉଚରା ପାଇଁ ହାଜର ହେବାକୁ ସମନ ଜାରି କରିଛନ୍ତି । ହେଲେ ଏହି ସମୟରେ ନିର୍ବାଚନ ପ୍ରଚାର ନିମନ୍ତେ କେଜ୍ରିୱାଲ 18 ରୁ 20 ପର୍ଯ୍ୟନ୍ତ ଗୋଆରେ ରହିବେ । ତେବେ ଇଡି ପକ୍ଷରୁ ଜାରି କରାଯାଇଥିବା ସମନ୍ ବେଆଇନ୍, ତାଙ୍କୁ ଗିରଫ କରିବା ପାଇଁ ଇଡି ପକ୍ଷରୁ ଏଭଳି ସମନ୍ କରାଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।












Click it and Unblock the Notifications