ନାସନାଲ ହେରାଲ୍ଡ ମାମଲା : ସୋନିଆଙ୍କୁ ସମନ, 21ରେ EDରେ ହାଜର ହେବାକୁ ନିର୍ଦ୍ଦେଶ
ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ କରିଛି ଇଡି। ଜୁଲାଇ 21 ତାରିଖ ସୁଦ୍ଧା ଇଡି ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି ।
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ କରିଛି ଇଡି। ଜୁଲାଇ 21 ତାରିଖ ସୁଦ୍ଧା ଇଡି ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି ।

ଏହାପୂର୍ବରୁ ଜୁନ 8 ତାରିଖରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ କରିଥିଲା ଇଡି । ରାହୁଲ ଇଡି ନିକଟରେ ହାଜର ହୋଇଥିବା ବେଳେ ସୋନିଆ କୋରୋନା ଆକ୍ରାନ୍ତ ହୋଇ ହାଜର ହୋଇ ପାରିନଥିଲେ ।
ଜୁନ 23 ତାରିଖରେ ତାଙ୍କୁ ଦ୍ବିତୀୟ ଥର ପାଇଁ ସମନ କରାଯାଇଥିଲା । ତେବେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ହାଜର ହେବାକୁ 4 ସପ୍ତାହ ସମୟ ମାଗିଥିଲେ। ଏହାକୁ ନେଇ ସାରା ଦେଶରେ କଂଗ୍ରେସ କର୍ମୀଙ୍କ ନାନା ସ୍ଥାନରେ ଥିବା ଇଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ କର୍ମୀ ।












Click it and Unblock the Notifications