ଭିଡିଓ କନଫରେନ୍ସିଂ ଜରିଆରରେ କୋର୍ଟରେ ହାଜର ହେଲେ କେଜ୍ରିୱାଲ
ED summons case: ଦିଲ୍ଲୀ ମତ ଦୁର୍ନୀତି ମାମଲା । ଶନିବାର (ଫେବୃଆରୀ 17) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ବାରମ୍ବାର ସମନ ପଠାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ ଯାହା ପରେ ଅନୁସନ୍ଧାନକାରୀ ସଂସ୍ଥା ସିଏମ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାଣିସୁଣି ସମନକୁ ବାରମ୍ବାର ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ ସେ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ ଆଣିଥିଲା । ଏଜେନ୍ସି ଆହୁରି କହିଛି ଯେ, ଯଦି କେଜ୍ରିୱାଲଙ୍କ ପରି ଜଣେ ଉଚ୍ଚ ପଦଧିକାରୀ ବ୍ୟକ୍ତି ଆଇନକୁ ଅବମାନନା କରବେ, ତେବେ ସାଧାରଣ ଲୋକ ମାନଙ୍କ ପାଇଁ ଏହା ଏକ ଭୁଲ୍ ଉଦାହରଣ ସୃଷ୍ଟି ହେବ ।

ସୂଚନାଥାଉ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ପାଞ୍ଚ ଥର ସମନ ପଠାଇବା ପରେ ମଧ୍ୟ ଏହାକୁ ଅଣଦେଖା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେ ଏହାକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଇଡିରେ ହାଜର ହେଉନାହାନ୍ତି ।












Click it and Unblock the Notifications