ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ସମନ ପଠାଇଲା ଇଡି
ED Summon To Ashok Gehlot Son: ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ପୁଅ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ସମନ୍ ପଠାଇଲା ଇଡି । ଏଫଇଏମଏ ତଥା ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ୍-୧୯୯୯ର ଏକ ମାମଲାରେ ଗେହଲଟଙ୍କ ପୁଅ ବୈଭବଙ୍କୁ ପଚରାଉଚରା କରିବ ଇଡି । ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୨୭ ତାରିଖରେ ସେ ହାଜର ହେବା ନେଇ ସୂଚନା ରହିଛି ।
କିଛି ମାସ ପୂର୍ବରୁ ଇଡି ମନି ଲଣ୍ତରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍ ହୋଟେଲ ନାମକ ଏକ ଫାର୍ମ ବିରୋଧରେ ଚଢାଇ କରିଥିଲା । ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ ଅଧୀନରେ ୨୯ କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଏବଂ ଦିଲ୍ଲୀ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ରିସୋର୍ଚସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରତନ ଶର୍ମା, ଯିଏ ବୈଭବ ଗେହଲଟଙ୍କ ବିଜନେସ୍ ପାର୍ଟନର୍ । ଏହି ମାମଲାରେ ରନ କାନ୍ତଙ୍କ ସମ୍ପୃକ୍ତି ମଧ୍ୟ ରହିଛି ।

ଏହି ପ୍ରସଙ୍ଗରେ ଜବାବ ଦେଇ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ରାଜସ୍ଥାନରେ ବିକାଶ କାର୍ଯ୍ୟ ହୋଇପାରିବ ନାହିଁ କାରଣ ଇଡି ପ୍ରତିଦିନ ସମନ ପଠାଉଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନିଜର ମତ ରଖିଥିଲେ। ସେ କହିଛନ୍ତି, ' 25/10/23 ରାଜସ୍ଥାନର ମହିଳାମାନଙ୍କ ପାଇଁ କଂଗ୍ରେସ ଗ୍ୟାରେଣ୍ଟିଆ ଆରମ୍ଭ ଏବଂ ତାରିଖ 26/10/23 - ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଜୀ ଡୋଟାସରା ଉପରେ ଇଡି ଆକ୍ରମଣ - ମୋ ପୁଅ ଭୈବଭ ଗେହଲୋଟଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି। ରାଜସ୍ଥାନରେ ଇଡି ରେଡ୍ କରୁଛି କାରଣ ରାଜସ୍ଥାନର ମହିଳା, କୃଷକ ଏବଂ ଗରିବ କଂଗ୍ରେସ ସ୍କିମ୍ ଦ୍ୱାରା ଲାଭ ପାଇବେ ଯାହା ବିଜେପି ଚାହୁଁ ନାହିଁ।
दिनांक 25/10/23
राजस्थान की महिलाओं के लिए कांग्रेस की गारंटियाँ लॉंच
दिनांक 26/10/23
-राजस्थान कांग्रेस अध्यक्ष गोविन्द सिंह जी डोटासरा के यहाँ ED की रेड
- मेरे बेटे वैभव गहलोत को ED में हाज़िर होने का समन
अब आप समझ सकते हैं, जो मैं कहता आ रहा हूँ कि राजस्थान के अंदर ED की… pic.twitter.com/6hUbmCHCW1
— Ashok Gehlot (@ashokgehlot51) October 26, 2023
ସରକାରୀ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ରାଜସ୍ଥାନ ଶିକ୍ଷକ ଯୋଗ୍ୟତା ପରୀକ୍ଷା 2021ର କାଗଜ ଲିକ୍ ମାମଲାରେ ଇଡି କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଗୋବିନ୍ଦ ସିଂ ଡୋଟାସାରା ଏବଂ ସ୍ୱାଧୀନ ବିଧାୟକ ଓମ୍ ପ୍ରକାଶ ହୁଡଲାଙ୍କ ବାସଭବନରେ ମଧ୍ୟ ଇଡି ଚଢାଇ କରିଥିଲା । ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ରହିଥିବା ବେଳେ ବର୍ତ୍ତମାନ ଏପରି ପରିସ୍ଥିତିକୁ ଦେଖି ରାଜନୈତିକ ମାହୋଲ ସରଗରମ ରହିଛି । ପ୍ରତିଟି ଆସନରେ ଲଢିବା ପାଇଁ ଦଳ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ରାଜସ୍ଥାନର ଶାସକ ଦଶ ଉପରେ ଇଡିର ଏଭଳି ଚଢାଉକୁ ରାଜନୀତିରେ ଚହଳ ସୃଷ୍ଟି ହୋଇଛି ।












Click it and Unblock the Notifications