ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କୁ ଜେରା କରିବ ଇଡି

ପାଟଣା:ଚାକିରି ଦେବା ବଦଳରେ ଜମି ନେଇଥିବା ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଇଡି ବୁଧବାର (ଡିସେମ୍ବର ୨୦) ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ନୋଟିସ୍ କରିଛି ଇଡି ।

lalu yadav
ଏହି ମାମଲାରେ ପଚରାଉଚରା ପାଇଁ ଶୁକ୍ରବାର (୨୨ ଡିସେମ୍ବର) ରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ହାଜର ହେବାକୁ ଇଡି କହିଥିବା ବେଳେ ବୁଧବାର (ଡିସେମ୍ବର ୨୭) ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଡକାଇଛି ଇଡି । ବାସ୍ତବରେ ଲାଲୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିବାବେଳେ ଚାକିରି କରାଇଦେବା ବଦଳରେ ପରିବାର ସଦସ୍ୟଙ୍କ ନାମରେ ଜମି ନେଇଥିଲେ ।

ଲାଲୁଙ୍କ ବିରୋଧରେ କଣ ଏହି ମାମଲା?

ମେ ୧୮, ୨୦୨୨ ରେ ସିବିଆଇ ନିଯୁକ୍ତି ବଦଳରେ ଜମି ନେଇଥିବା ଅଭିଯୋଗରେ ପୂର୍ବତନ ସିଏମ୍ ଲାଲୁ ଯାଦବ, ରାବିଡ଼ି ଦେବୀ ଏବଂ ମିସା ଭାରତୀଙ୍କ ସମେତ ୧୭ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍ ପଞ୍ଜିକରଣ କରିଥିଲା । ଅଭିଯୋଗ ହୋଇଥିଲା ଯେ ଲାଲୁ ଯାଦବ ଯେତେବେଳେ ସେ ରେଳ ମନ୍ତ୍ରୀ ଥିଲେ, ସେତେବେଳେ ରେଳବାଇର ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଥିଲେ । ଆଉ ସେମାନଙ୍କ ଠାରୁ ପରିବାର ସଦସ୍ୟଙ୍କ ନାମରେ ଜମି ନେଇଥିବା ହୋଇଥିଲା ଅଭିଯୋଗ ।

ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ଆଞ୍ଚଳିକ ରେଳପଥରେ ଏଭଳି ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା କୌଣସି ଜନସାଧାରଣ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଏହା ପରେ ମଧ୍ୟ ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର ଏବଂ ହାଜିପୁରରେ ଅବସ୍ଥିତ ବିଭିନ୍ନ ଆଞ୍ଚଳିକ ରେଳବାଇରେ ପାଟଣାର ବାସିନ୍ଦା ନିଯୁକ୍ତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+