ବିଜେପି ଉପରେ ବର୍ଷିଲେ ଆପ୍ ନେତ୍ରୀ ଆତିଶୀ, କହିଲେ ନଡ୍ଡାଙ୍କୁ ଗିରଫ କର...
Delhi: ୨୩ ମାର୍ଚ୍ଚ ୨୦୨୪ ସକାଳ ୧୦ଟାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ଯେଉଁଥିରେ ଆପ୍ ନେତ୍ରୀ ଆତିଶୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏବଂ ବିଜେପି ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଦାବି କରିଛନ୍ତି ଯେ, ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଦ ବ୍ୟବସାୟୀମାନଙ୍କ ତରଫରୁ ନିର୍ବାଚନ ବଣ୍ତ ଜିରିଆରେ ବିଜେପିକୁ ଟଙ୍କା ମିଳିଛି ।

ଏପରିକି ଆତିଶୀ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଡିକୁ ଚ୍ୟାଲେଞ୍ଜ କରି କରି କହିଛନ୍ତି ଯେ, ଏହି ମାମଲାର ଯାଞ୍ଚ୍ କରାଯାଉ ଏବଂ ଦଳର ସଭାପତି ଜେ.ପି ନାଡ୍ଡାଙ୍କୁ ଗିରଫ କରିବା ନେଇ ସେ ଦାବି ରହିଛନ୍ତି ।
ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଏବେ ଆମ୍ ଆଦମୀ ପାର୍ଟି ସଙ୍କଟରେ । ଶନିବାର ଏକ ସାମ୍ବିଦ ସମ୍ମିଳନୀ କରି ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଅତିଶୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଜେପି ଅଭିଯୋଗ ଆଣିଛି ଯେ ଆମ ଦଳ ମଦ ଦୁର୍ନୀତିରେ ଟଙ୍କା ରୋଜଗାର କରୁଛି, ହେଲେ ବାସ୍ତବରେ ବିଜେପି ସର୍ବାଧିକ ଟଙ୍କା ରୋଜଗାର କରିଛି । ଅରବିନ୍ଦ ଫାର୍ମା ନିର୍ଦ୍ଦେଶକ ଚନ୍ଦ୍ର ରେଡ୍ଡୀଙ୍କୁ ଦିଆଯାଇଥିବା ଜାମିନ ଉପରେ ମଧ୍ୟ ଆତିଶୀ ପ୍ରଶ୍ନ ଉଠାଇଛନ୍ତି ।
ଆତିଶୀ କହିଛନ୍ତି ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ଦିଲ୍ଲୀ ତଥାକଥିତ ଅବକାରୀ ନୀତି ଦୁର୍ନୀକି ମାମଲାରେ CBI ଏବଂ ଇଡି ଦ୍ୱାରା ଗତ ୨ ବର୍ଷ ହେବ ତଦନ୍ତ ଜାରି ରହିଛି । ହେଲେ ସବୁ ବେଳେ ଗୋଟିଏ ପ୍ରଶ୍ନକୁ ଦ୍ୱାନ୍ଦ ଲାଗିରହିଛି, ଏହି ଟଙ୍କା କୁଆଡେ ଗଲା ? ତେବେ ଶରତ ଚନ୍ଦ୍ର ରେଡ୍ଡୀଙ୍କ ବୟାନ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ସେ ଅରୋବିନ୍ଦ ଫାର୍ମାର ମାଲିକ ଏବଂ ନିର୍ବାଚନ ବଣ୍ତ ମାଧ୍ୟମରେ ସେ ବିଜେପିକୁ ଅନୁଦାନ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ୯ ନଭେମ୍ବର ୨୦୨୨ରେ ଶରତ ଚନ୍ଦ୍ର ସ୍ପଷ୍ଟ ଭାବେ କହିଥିଲେ ଯେ, ସେ ଅରବିନ୍ଦ କେଜ୍ରିୱାଲଙ୍କୁ କେବେ ଭେଟି ନାହାଁନ୍ତି କି ତାଙ୍କ ଦଳ ଅର୍ଥାତ୍ ଆପ୍ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏପରି ସ୍ଥିତିରେ ତାଙ୍କ ବୟାନ ଆଧାରରେ ଇଡି କେଜ୍ରିୱାଲଙ୍କୁ କିପରି ଗିରଫ କରିଛି ।
ସୂଚନାଥାଉ ଯେ, ମାର୍ଚ୍ଚା ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଉଡି ରିମାଣ୍ତରେ ନେଇ ପଚରଉଚରା କରୁଛି ।












Click it and Unblock the Notifications