ଅଷ୍ଟମ ଥର ହେମନ୍ତ ସୋରେନଙ୍କୁ ନୋଟିସ ପଠାଇଲା ଇଡି

ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୁଣିଥରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଡକାଇଛନ୍ତି । ଇଡି ହେମନ୍ତ ସୋରେନଙ୍କୁ ଏକ ଚିଠି ପଠାଇ ହାଜର ହେବାକୁ ଏକ ସମୟସୀମା ମଧ୍ୟ ଦେଇଛନ୍ତି । ଡାକରା ସତ୍ତ୍ୱେ ସେ କାହିଁକି ହାଜର ହେଉନାହାଁନ୍ତି ବୋଲି ଏଜେନ୍ସି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ।

Hemant Soren

16 ରୁ 20 ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କୁହାଯାଇଛି । ମୋଟାମୋଟି ଭାବେ, ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଅଷ୍ଟମ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ନୋଟିସ ଜାରି କରିଛି । ଏହାପୂର୍ବରୁ ହେମନ୍ତ ସୋରେନ ସପ୍ତମ ଥର ପାଇଁ ଇଡି ଦ୍ୱାରା ଡକାଯାଇଥିବା ସତ୍ତ୍ୱେ ହଜାର ହୋଇ ନାହାନ୍ତି ।

ଏହାପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇଡି ଏକ ଚିଠି ପଠାଇଥିଲା। ମନି ଲଣ୍ଡରିଂ ମାମଲାରେ ଆପଣଙ୍କ କେବେ ଓ କେଉଁଠି ବୟାନ ରେକର୍ଡ କରିବା ପାଇଁ ସୁବିଧା ହେବ ସେ ନେଇ ଜଣାନ୍ତୁ ବୋଲି ଇଡି ଚିଠି ମାଧ୍ୟମରେ କହିଥିଲା।

ରାଞ୍ଚିର ବଡଗାଇ ଅଞ୍ଚଳରେ ହୋଇଥିବା ଜମି ଦୁର୍ନୀତି ମାମଲରେ ଇଡି ହେମନ୍ତ ସୋରେନ୍‌ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ଗତ ୨୯ ଡସେମ୍ବରରେ ସପ୍ତମ ଥର ପାଇଁ ତଦନ୍ତକାରୀ ଏଜେନ୍ସି ସମନ ପଠାଇ ଡକାଇଥିଲା। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ଡିସେମ୍ବର ୩୧ ଡେଡ୍‌ଲାଇନ୍‌ ଦିଆଯାଇଥିଲା। ତେବେ ସେ ଏହାକୁ ଖାତିର କରିନଥିଲେ। ହାଜର ହବାକୁ ମନା କରିଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+