ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି
ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ ଚାଲିଛି।

ହିମାଚଳର ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଋଣ କରିଥିଲା। ଜାଲ କାଗଜପତ୍ର ମାଧ୍ୟମରେ ଋଣ, ସେଥିରୁ ଶକ୍ତିଙ୍କ ଆକାଉଣ୍ଟକୁ କେବଳ ଆସିଛି ୫୯ କୋଟି ଟଙ୍କା। ଏହି ଚଢ଼ାଉ ବେଳେ ଶକ୍ତିଙ୍କ ଘରୁ ୧୦ଟି ବିଳାସପୂର୍ଣ୍ଣ କାର୍ , ୩ଟି ସୁପର ବାଇକ ଜବତ ହୋଇଛି। ଚଢ଼ାଉ ଜାରି ରହିଛି। ଶେଷ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ହେବ।












Click it and Unblock the Notifications