Get Updates
Get notified of breaking news, exclusive insights, and must-see stories!

ଆକ୍ସନ ମୋଡ଼ରେ ଇଡି: ଜେଟ ଏୟାରୱେଜ୍ କମ୍ପାନୀର ମାଲିକଙ୍କ ସମ୍ପତ୍ତି ଜବତ୍

ED Action On Naresh Goyal: ଅର୍ଥ ହେରଫେର୍ ମାମଲା । ଜେଟ୍ ଏୟାରୱେଜ ଲିମିଟେଡ କମ୍ପାନୀର ମାଲିକ ନରେସ ଗୋଏଲଙ୍କର ୫୦୦କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜଗତ । ବୁଧବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି ଯେ ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ,ତାଙ୍କ ପତ୍ନୀ, ଝିଅ ଏବଂ କମ୍ପାନୀର ଅନ୍ୟ ଲୋକଙ୍କ ନାଁରେ ପଞ୍ଜିକୃତ ହୋଇଥି ସମ୍ପତ୍ତି ଜବତ କରାଯାଇଛି । ଏହି ସମ୍ପତ୍ତି ଗୁ଼ଡିକ ଲଣ୍ତନ, ଦୁବାଇ ଏବଂ ଭାରତର ଭିନ୍ନ ଭିନ୍ନ ରାଡ୍ୟରେ ରହିଛି । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ 17ଟି ପ୍ଲାଟ୍, ବଙ୍ଗଳା ଓ ବ୍ୟବସାୟୀକ କୋଠା ରହିଛି ।

ଲଣ୍ଡନ, ଦୁବାଇ ଏବଂ ଭାରତର ବିଭିନ୍ନ ସହରରେ ଅବସ୍ଥିତ ଏହି ସମ୍ପତ୍ତିଗୁଡିକ ଜେଟ ଏୟାର ପିଭି ଲିମିଟେଡ ଏବଂ ଜେଟ ଏଣ୍ଟରପ୍ରାଇଜେସ୍ ପିଭି ଲିମିଟେଡ୍, ଗୋୟଲ, ତାଙ୍କ ପତ୍ନୀ ଅନୀତା ଏବଂ ପୁଅ ନିଭାନଙ୍କ ନାମରେ ରହିଛି ବୋଲି ଇଡି କହିଛି।

Naresh Goyal

ସେପ୍ଟେମ୍ବର 1 ରେ ଇଡି ନରେଶ ଗୋୟଲଙ୍କୁ (74) ଗିରଫ କରି ମଙ୍ଗଳବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) କୋର୍ଟରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। କାନାରା ବ୍ୟାଙ୍କରୁ 535 କୋଟି ଟଙ୍କା ଠକେଇ ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ନରେଶ ଗୋୟଲଙ୍କୁ ସେପ୍ଟେମ୍ବର 1 ରେ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ବ୍ୟାଙ୍କ ଅଭିଯୋଗ କରିଛି ଯେ JIL ସଂପୃକ୍ତ କମ୍ପାନୀମାନଙ୍କୁ କମିଶନ ଖର୍ଚ୍ଚ ହିସାବରେ 1,410.41 କୋଟି ଟଙ୍କା ଦେଇଛି, ଯେଉଁଥିରେ ଟଙ୍କା ଅପବ୍ୟବହାର ହୋଇଥିଲା । ଏହାର ଚାର୍ଜସିଟରେ ଇଡି ନରେଶ ଗୋୟଲଙ୍କୁ ବ୍ୟାଙ୍କର ଟଙ୍କା ପଠାଇଥିବା ଅଭିଯୋଗ କରିଛି।

1993ରେ ନରେଶ ଗୋୟଲ ଜେଟ ଏୟାରୱେଜ୍ ପ୍ରତିଷ୍ଠା କରିଥିଲେ। 2019 ମସିହାରେ ଋଣ ପରିଶୋଧ ନକରିବାରୁ, ଏପ୍ରିଲ 2019ରେ ଜେଟ ଏୟାରୱେଜର ସେବା ବନ୍ଦ ହୋଇଯାଇଥିଲା । ଫୋର୍ବସ୍ ଅନୁଯାୟୀ, ନରେଶ ଗୋୟଲ 2012ରେ ଭାରତର 16 ତମ ଧନୀ ବ୍ୟକ୍ତି ଥିଲେ। ଚଳିତ ବର୍ଷ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ନରେଶ ଗୋୟଲଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ସମେତ ମୁମ୍ବାଇର ସାତୋଟି ସ୍ଥାନରେ ଚଢାଉ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+