ନବାବ ମଲିକଙ୍କୁ ୧୪ ଦିନ କଷ୍ଟଡିକୁ ନେବାକୁ ଅନୁରୋଧ କଲା ଇଡି
ମନି ଲଣ୍ଡେରିଙ୍ଗ ତଥା ମୁମ୍ବାଇ ଅଣ୍ଡର ୱର୍ଲ୍ଡ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ୧୪ ଦିନ ନ୍ୟାୟିକ ହିରାସତକୁ ନେବାକୁ କୋର୍ଟକୁ ଅନୁରୋଧ କରିଛି ଇଡି । ୬୨ ବର୍ଷୀୟ ଏନସିପି ନେତା ନବାବଙ୍କୁ ଆଜି ଇଡିର ଅଧିକାରୀମାନେ ଦୀର୍ଘ ୬ ଘଣ୍ଟା ଧରି ମାରାଥନ ଜେରା କରିଥିଲେ। ସକାଳ ୮ଟାରୁ ହିଁ ଅଧିକାରୀମାନେ ନବାବଙ୍କୁ ଦକ୍ଷିଣ ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନେଇ ଜେରା କରିବା ଆରମ୍ଭ କରିଦେଇଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ହସ୍ପିଟାଲ ନିଆ ଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ତାଙ୍କୁ ସ୍ଵତନ୍ତ୍ର ପିଏମଏଲଏ କୋର୍ଟରେ ହଜାର କରଯାଇଥିଲା।

ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା କେତେକ ଅପରାଧୀଙ୍କ ସହିତ ନବାବ ସମ୍ପତ୍ତି କିଣାବିକା କରିଥିବା ନେଇ ସୁରାକ ମିଳିଛି, ସେଥିପାଇଁ ତାଙ୍କର ନ୍ୟାୟିକ ହିରାସତ ଅତ୍ୟନ୍ତ ଜରୁରୀ ବୋଲି ଯୁକ୍ତି କରିଛି ଇଡି। ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନବାବଙ୍କୁ ଜେରା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ତଥା ଆଦୌ ସହଯୋଗ କରି ନାହାନ୍ତି, ସେଥିପାଇଁ କଷ୍ଟଡି ପ୍ରଦାନ ନିମନ୍ତେ କୋର୍ଟକୁ ଅନୁରୋଧ କରାଯିବ। ଅନ୍ୟ ପକ୍ଷରେ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ ତାଙ୍କ ଗିରଫଦାରିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିବା ସହ କଡା ସମାଲୋଚନା କରିଛନ୍ତି ।












Click it and Unblock the Notifications