ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ଇଡି

ଆଜି ସଂସ୍ଥାର କାର୍ଯ୍ୟାଳୟ ‘ହେରାଲ୍ଡ ହାଉସ'କୁ ସିଲ କରିଛି ଘୋଟାଲାର ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ଏହାକୁ ଖୋଲାଯାଇ ପାରିବ ନାହିଁ ବୋଲି ଇଡି ମତ ରଖିଛି।

ନୂଆଦିଲ୍ଲୀ: ଆଜି ସଂସ୍ଥାର କାର୍ଯ୍ୟାଳୟ 'ହେରାଲ୍ଡ ହାଉସ'କୁ ସିଲ କରିଛି ଘୋଟାଲାର ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ଏହାକୁ ଖୋଲାଯାଇ ପାରିବ ନାହିଁ ବୋଲି ଇଡି ମତ ରଖିଛି। ଗତକାଲି କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢାଉ କରିଥିଲା ସଂସ୍ଥା ।

national herald

ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା ଜାରିରଖିଛି ତଦନ୍ତକାରୀ ସଂସ୍ଥା । ସେହିପରି ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମାରାଥନ ଜେରାର ସାମ୍ନା କରି ସାରିଛନ୍ତି ।

ଶହ ଶହ କଂଗ୍ରେସ କର୍ମୀ ହେରାଲ୍ଡ କୋଠା ବାହାରେ ଏକତ୍ରିତ ଚଢାଉ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ଇଡି ଚଢାଉକୁ "ପ୍ରତିଶୋଧ ରାଜନୀତି" ବୋଲି ଆଖ୍ୟା ଦେଇଛି ଏବଂ କହିଛି ଯେ ଏହା ଏପରି କାର୍ଯ୍ୟ ଦ୍ୱାରା ବିଫଳତାକୁ ପ୍ରକାଶ କରିବା ଜାରି ରଖିବ। " କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, "ଆଜି ସମଗ୍ର ଦେଶ ଦେଖୁଛି। ଆକବର ରୋଡ୍, ଜନପଥ, ଏବଂ ତୁଘଲକ ଲେନକୁ ବ୍ୟାରିକେଡ୍ କରାଯାଇଛି। "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+