ରାବିଡି ଦେବୀ ବାସଭବନରେ ପହଁଞ୍ଚିଲା ଇଡି, ଲାଲୁ ତେଜସ୍ୱୀଙ୍କୁ ଦେଲେ ସମନ

ପାଟନା: ଲାଲୁ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଏହି ମାସ ଶେଷରେ ପାଟନାରେ ଥିବା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଛି । ଇଡି ଟିମ୍ ରାବ୍ରି ଦେବୀଙ୍କ ବାସଭବନରେ ପହଁଞ୍ଚି ସମନ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର (ଜାନୁଆରୀ ୧୯) ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ସମନ ପଠାଇଛି ।

ଅର୍ଥ ହେରଫେର ଘଟଣାରେ ଲାଲୁ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଚଳିତ ମାସ ଶେଷରେ ଇଡ଼ିର ପାଟନା କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ପୁନର୍ବାର ଡକାଇଛି । ଆଉ ଏହି ସୂଚନା ଜଣେ ଅଧିକାରୀ ଦେଇଛନ୍ତି । ଇଡି ଟିମ୍ ପୂର୍ବତନ ସିଏମ୍ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚିଥିଲେ । କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଲାଲୁ ଯାଦବଙ୍କ ଉପରେ ତଦନ୍ତ କରିବା ଆରମ୍ଭ କରିଛନ୍ତି । ଶୁକ୍ରବାର ଏକ ପ୍ରମୁଖ ଘଟଣାରେ ଲାଲୁଙ୍କ ପରିବାରକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନୋଟିସ ପଠାଇଛି ।

 Lalu yadav, Tejaswi yadav

ଇର୍ତ୍ତମାନ ତେଜସ୍ୱୀ ଯାଦବ ବିହାର ସରକାରରେ ଡେପୁଟି ସିଏମ୍ । ଜାନୁଆରୀ ୨୯ ରେ ଲାଲୁ ଯାଦବଙ୍କୁ ହାଜର ହେବାକୁ କୁହାଯାଇଥିବାବେଳେ ଜାନୁଆରୀ ୩୦ ରେ ତେଜସ୍ୱୀ ଯାଦବଙ୍କୁ ଡକାଯାଇଛି ।ପାଟନା ବ୍ୟାଙ୍କ ରୋଡରେ ଅବସ୍ଥିତ ଇଡି କାର୍ଯ୍ୟାଳୟରେ ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କୁ ହାଜର ହେବାକୁ କୁହାଯାଇଛି ।

ଏହି ମାମଲାରେ ଜାରି ହୋଇଥିବା ପୂର୍ବ ସମରେ ଉଭୟ ହାଜର ହୋଇନଥିଲେ ।ଏହି ଘୋଟାଲା ସେହି ସମୟରୁ ଆରମ୍ଭ ହୋଇଥିଲା ଯେତେବେଳେ ଲାଲୁ ପ୍ରସାଦ ପ୍ରଥମ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାରରେ ରେଳ ମନ୍ତ୍ରୀ ଥିଲେ । ଏହା ପୂର୍ବରୁ ଇଡି ତେଜସ୍ୱୀ ଯାଦବ ଏବଂ ଲାଲୁ ଯାଦବଙ୍କୁ ଜମି-ଚାକିରି ସ୍କାମ ମାମଲାରେ ପଚରାଉଚରା ପାଇଁ ଡକାଇଥିଲା ।

ଜମି-ଚାକିରି ସ୍କାମ ସହ ଜଡିତ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫ୍‌ଆଇଆର୍ ଆଧାରରେ ଇଡି ଏକ ମନି ଲଣ୍ଡରିଂ ମାମଲା ପଞ୍ଜିକରଣ କରିଥିଲା । ଯେଉଁଥିରେ ୨୦୦୪-୨୦୦୯ ମସିହାରେ ଭାରତୀୟ ରେଳବାଇରେ ଗ୍ରୁପ୍ ଡି ପଦବୀରେ ନିଯୁକ୍ତି ପାଇଁ ଲାଲୁ ଯାଦବ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଏଫ୍‌ଆଇଆର୍ ଅନୁଯାୟୀ, ଗରିବ ପ୍ରାର୍ଥୀଙ୍କୁ ଭାରତୀୟ ରେଳବାଇରେ ଚାକିରି ବଦଳରେ ଲାଞ୍ଚ ରୂପେ ଜମି ହସ୍ତାନ୍ତର କରିବାକୁ କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+