NCP ସୁପ୍ରିମୋ ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ଇଡି ରେଡ୍
ମୁମ୍ବାଇ: NCP ସୁପ୍ରିମୋ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ଇଡି ରେଡ୍ । ପାୱାରଙ୍କ ଅଣନାତି ତଥା ବିଧାୟକ ରୋହିତ ପାୱାରଙ୍କ ମାଲିକାନାରେ ଥିବା କମ୍ପାନୀରେ ଆଜି ଇଡି ଚଢ଼ଉ କରିଛି । ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ରେଡ୍ କରିଥିବା ନେଇ ସୂଚନା ରହିଛି ।
ଏହି ଦୁର୍ନୀତି ମାମଲାରେ ଶରଦ ପାୱାର ଓ ତାଙ୍କ ପୁତୁରା ଅଜିତ ପାୱାରଙ୍କ ନାଁ ମଧ୍ୟ ସାମିଲ ଅଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ନିକଟରେ ଅଜିତ ପାୱାର ଏବଂ କିଛି ଏନସିପି ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ତଥାପି ଏନସିପିର ଅଧିକାଂଶ ନେତା ଓ ବିଧାୟକ ଶରଦ ପାୱାରଙ୍କ ସପକ୍ଷରେ ରହିଛନ୍ତି।

ଇଡି ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ, ବାରାମତି ଆଗ୍ରୋ ବେଆଇନ ଭାବେ ବିପୁଳ ପରିମାଣ ଲୋକ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରୁ ଋଣ ନେଇଛି। ତେବେ ଏହି ଲୋନ ଟଙ୍କାକୁ କମ୍ପାନୀ ଫେରାଇ ନାହିଁ । ତେବେ ଶରଦ ପାୱାରଙ୍କ ନିକଟରେ ଲୋକମାନେ ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସରେ ରହିଥିଲା ଓ ସେମାନେ ହିଁ ଋଣ ଦେବାରେ ଅହେତୁକ ଅନୁକମ୍ପା ଦେଖାଇଥିଲେ।
୨୦୧୯ରେ ଏହି ଦୁର୍ନୀତି ଘଟଣାରେ ମହାରାଷ୍ଟ୍ର ପୋଲିସ୍ ଅଜିତ ପାୱାର, ଶରଦ ପାୱାର ଓ ଅନ୍ୟ ୭୦ ଜଣଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ ହେଲେ ପ୍ରମାଣ ଅଭାବରୁ ଗତବର୍ଷ ଏହି ମାମଲାକୁ ବନ୍ଦ କରିଦିଆଯାଇଥିଲା ।












Click it and Unblock the Notifications