ଅଲ୍‌-ଫଲାହ ୟୁନିଭର୍ସିଟିର୨୫ ଠିକଣାରେ ଇଡିର ରେଡ୍‌

ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ସେହି ଭୟଙ୍କର ବିସ୍ଫୋରଣ । ଦେଶକୁ ସ୍ତବ୍ଧ କରିଥିଲା । ବିସ୍ଫୋରଣର ତଦନ୍ତ ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ କଥା ସାମ୍ନାକୁ ଆସୁଛି । ବିସ୍ପୋରଣ ଯୋଜନା ପ୍ରାୟ ୩ ବର୍ଷ ହେବ ଚାଲିଥିଲା । ଆତ୍ମଘାତୀ ବିସ୍ଫୋରଣ ଘଟଣାଇଥିବା ଆତଙ୍କୀ ଇମର ନବିର ସହଯୋଗୀକୁ ପଚାଉଚରା ବେଳେ ଏହି ଖୁଲାସା ହୋଇଛି । ଏହା ସହିତ ବ୍ଲାଷ୍ଟରେ ଲିଙ୍କ ଥିବା ଅଲ୍ ଫଲାହ ୟୁନିଭର୍ସିଟି ବିରୋଧରେ ବଡ଼ ଆକ୍ସନ ନିଆଯାଇଛି । ଓଖଲା-ଜାମିଆ ନଗର ସମେତ ୨୫ ଠିକଣାରେ ଚଢାଉ ହୋଇଛି ।

ଅଲ୍-ଫଲାହ ୟୁନିଭର୍ସିଟି ବିରୋଧରେ ଆକ୍ସନ- ଲାଲକିଲ୍ଲା ବିସ୍ଫୋରଣ ଲିଙ୍କ୍ରେ ଥିଲା ଅଲ୍ ଫଲାହ ୟୁନିଭର୍ସିଟି ବିରୋଧରେ ବଡ଼ ଆକ୍ସନ ନିଆଯାଇଛି । ଦିଲ୍ଲୀ ଅଫିସ୍ ସମେତ ୨୫ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଆର୍ଥିକ ଅନିମିତତା ଅଭିଯୋଗରେ ଚଢାଉ ହୋଇଛି । ଦିଲ୍ଲୀର ଓଖଲା ଏବଂ ଜାମିଆ ନଗର ସମେତ ୨୫ଟି ସ୍ଥାନରେ ଚଢାଉ କରାଯାଇଛି । ଇଡି ସକାଳ ୫ଟାରୁ ଆଲ-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ, ଏହାର ଟ୍ରଷ୍ଟି ଏବଂ ସେମାନଙ୍କ ସହିତ ଜଡିତ ବ୍ୟକ୍ତି/ପ୍ରତିଷ୍ଠାଗୁଡ଼ିକରେ ତଲାସ ଚଳାଇଛି ।

ବିସ୍ଫୋରଣ ପରେ ସ୍କାନରରେ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି । ହ୍ୱାଉଟ୍ ଆତଙ୍କୀ ମଡ୍ୟୁଲକୁ ନେଇ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ତଦନ୍ତ ପରିସରରେ ରହିଛି। ପୂର୍ବରୁ, ଦିଲ୍ଲୀ ପୁଲିସ ଜାଲିଆତି ଏବଂ ଠକେଇ ପାଇଁ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଦାୟର ଦୁଇଟି ମାମଲା ସହିତ ଜଡିତ ଅଲ୍ ଫଲାହର ଅଧ୍ୟକ୍ଷଙ୍କୁ ୨ଟି ସମନ ଜାରି କରିଥିଲା। ଅଲ୍ ଫଲାହ ୟୁନିଭର୍ସିଟିର ଅବୈଧ ନିର୍ମାଣ ଉପରେ ଖୁବଶୀଘ୍ର ବୁଲଡୋଜର ବୁଲିପାରେ ।

ତଦନ୍ତରୁ ଜଣାପଡିଛି କି, ନବି ଓ ତାଙ୍କ ସାଥୀ ଡାକ୍ତର ମୁଜାମିଲ ଶକିଲ ଏବଂ ଆଦିଲ ଅହମ୍ମଦ ରାଥର ଟେଲିଗ୍ରାମ ମାଧ୍ୟମରେ ଆବୁ ଆକାଶା ନାମକ ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗରେ ଥିଲେ । ୨୦୨୨ ମସିହାରେ ତୁର୍କୀରେ ଦୁଇ ଜଣ ଇସଲାମବାଦୀଙ୍କୁ ଭେଟିଥିଲେ । ଯେଉଁମାନେ ମହମ୍ମଦ ଏବଂ ଓମାର ଭାବରେ ପରିଚିତ ଥିଲେ । ତଦନ୍ତ ଏଜେନ୍ସିଂ ଆତ୍ମଘାତୀ ବିସ୍ଫୋରଣ ସହିତ କୌଣସି ପାକିସ୍ତାନୀ କିମ୍ବା ଜୈଶ-ଏ-ମହମ୍ମଦର ସମ୍ପର୍କକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି ।

al falah universitty

ଆତଙ୍କବାଦୀମାନେ ଏହି ଆତଙ୍କୀ ମଡ୍ୟୁଲ୍ ବିସ୍ଫୋରକ ଆମୋନିୟମ୍ ନାଇଟ୍ରେଟର ମିଶ୍ରଣ ଖୋଜି ବାହାର କରିବା ଚିନ୍ତାଜନକ ବିଷୟ ହେଉଛି । ଏହି ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଗିରଫଦାରୀ ସଂଖ୍ୟା ବି ବଢୁଛି । ବିସ୍ଫୋରଣକାରୀ ଉମର ନବିର ସହଯୋଗୀ ଦାନିଶ । ଆକ୍ରମଣ ପୂର୍ବରୁ ଡ୍ରୋନ୍କୁ କିପରି ରକେଟ୍ ବନାଇବାକୁ କରିଥିଲା ଉଦ୍ୟମ । ଆତଙ୍କୀ ଡ୍ରୋନ୍ ଆକ୍ରମଣ ପ୍ଲାନ ହୋଇଥିବା ଖୁଲାସା କରିଛି ଏନଆଇଏ । ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା ଥିଲା । ଏହାର ନାମ 'ଅପରେସନ୍ ଡି-୬' ନାମ ଦିଆଯାଇଥିଲା । ଆତଙ୍କୀମାନେ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+