ଛାଙ୍ଗୁର ବାବାଙ୍କ ୧୪ ଠିକଣାରେ ED ରେଡ୍
ଛାଙ୍ଗୁର ବାବାଙ୍କ ଆର୍ଥିକ କାରବାର ନେଇ ଇଡିର ଖୋଳତାଡ଼ । ୟୁପିର ବଳରାମପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ବାବାଙ୍କ ୧୪ ଠିକଣାରେ ED ରେଡ୍ କରୁଛି । ମୁମ୍ବାଇର ଶହଜାଦ ଶେଖ ନାମକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାବାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଥିବା ଜଣାପଡିଛି । ଟଙ୍କା କାରବାର ନେଇ ଶହଜାଦ ଶେଖଙ୍କୁ ପଚଚାଉଚରା କରୁଛି ଇଡି । ଛାଙ୍ଗୁର ବାବା ଧର୍ମନ୍ତୀକରଣର ବଡ଼ ରାକେଟ ଚଳାଉଥିବା ଅଭିଯୋଗ ହୋଇଥିଲା । ଇଡି ଏହାକୁ ନେଇ ହୋଇଥିବା ଅର୍ଥ କାରବାର ଉପରେ ଯାଞ୍ଚ କରୁଛି ।

ଛଙ୍ଗୁର ବାବା ଧାର୍ମିକ ବିଶ୍ୱାସର ଆଳ ଦେଖାଇ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଛଙ୍ଗୁର ବାବାଙ୍କ ନିକଟତମ ଅନୁଗାମୀ, ସହଯୋଗୀ ଏବଂ ଆଶ୍ରମ ପରିଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ କାରବାରର ମଧ୍ୟ ତଦନ୍ତ କରୁଛି ଇଡି । ଛଙ୍ଗୁର ବାବାଙ୍କ ନେଟୱାର୍କରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ଦୁବାଇ, ସାଉଦି ଆରବ ଏବଂ ନେପାଳରୁ ଟଙ୍କା ଆସୁଥିବାର ପ୍ରମାଣ ରହିଛି ।












Click it and Unblock the Notifications