ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠଙ୍କ ଘରେ ଇଡ଼ି ଚଢଉ
ଆଜି ଛତିଶଗଡ଼ରେ ଇଡ଼ି ଚଢଉ କରିଛି । ଖଣି ମାମଲାରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ଚଢଉ କରିଛି ଇଡ଼ି ।
ରାୟପୁର : ଦେଶର ବିଭିନ୍ନ ରାଜ୍ୟରେ ଇଡ଼ିର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପ୍ରାୟ ପ୍ରତ୍ୟେକ ଦିନ କୌଣସି ମାମଲାରେ ଇଡ଼ିର ଚଢଉ ନେଇ ଖବର ସାମ୍ନାକୁ ଆସୁଛି । ଏହି ସମୟରେ ଆଜି ଛତିଶଗଡ଼ରେ ଇଡ଼ି ଚଢଉ କରିଛି । ଖଣି ମାମଲାରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ଚଢଉ କରିଛି ଇଡ଼ି ।

ପ୍ରାୟ 12 ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାୟଗଡ଼ ଜିଲ୍ଲାପାଳ ରାନୁ ସାହୁଙ୍କ ଘରେ ଆଜି ସକାଳୁ ରେଡ ହୋଇଛି । ରେଡରେ 12 ରୁ ଅଧିକ ଇଡି ଅଧିକାରୀ ସାମିଲ ହୋଇଛନ୍ତି ।
ସେହିପରି ଦେବେନ୍ଦ୍ର ନଗରରେ ସିଏ ବିଜୟ ମାଲୁ, ମହାସମୁନ୍ଦରେ ନେତା ଅଗ୍ନି ଚନ୍ଦ୍ରାକର, ଅନୁପମ ନଗରରେ ସୂର୍ଯ୍ୟକାନ୍ତ ତିୱାରୀ, ମାଇନିଂ ହେଡ ଆଇଏଏସ୍ ଜେପି ମୌର୍ଯ୍ୟାଙ୍କ ବାସଭବନରେ ରେଡ କରିଛି ଟିମ୍ । ଗତ ଜୁନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଉପସଚିବ ସୌମ୍ୟା ଚୌରସିଆଙ୍କ ଦୁଇଟି ବାସଭବନ ସମେତ ମୋଟ 7 ଟି ସ୍ଥାନରେ ରେଡ୍ କରିଥିଲା ।
ଅପରପକ୍ଷେ ନିକଟରେ ଇଡି, ସିବିଆଇକୁ ନେଇ ଦେଇଥିବା ବୟାନ ଓ କେନ୍ଦ୍ରକୁ କଂଗ୍ରେସର ଲଗାତାର ଟାର୍ଗେଟ ଯୋଗୁଁ ଏହି ରେଡ୍ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।












Click it and Unblock the Notifications