ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନ ହାରିବା ପାଇଁ ଯାଉଛନ୍ତି, ସେଥିପାଇଁ ଏମିତି କରୁଛନ୍ତି: ଆପ୍ ସାଂସଦ ସଞ୍ଜୟ ସିଂ
Sanjay Singh Arrested News: AAP ସାଂସଦ ସଞ୍ଜୟ ସିଂହ Rouse Avenue District Court Complex ପହଞ୍ଚିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନିର୍ବାଚନରେ ହାରିବାକୁ ଯାଉଛନ୍ତି, ସେଥିପାଇଁ ସେ ଏପରି କରୁଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବୁଧବାର ଇଡି ତାଙ୍କୁ ଗିରଫ କରିଥିଲା ଏବଂ ଆଜି ତାଙ୍କୁ Rouse Avenue କୋର୍ଟ ନେଇ ଇଡି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେପଟେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆମ୍ ଆଦମୀ ପାର୍ଟିର ଅନେକ କର୍ମୀ ଏବଂ ସମର୍ଥକଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ନେଇ ସୂଚନା ରହିଛି । ସେହିପରି AAP ସାଂସଦ ସଞ୍ଜୟ ସିଂଙ୍କ ଗିରଫଦାରୀକୁ ବିରୋଧ କରୁଥିବା AAP କର୍ମୀମାନେ ଦିଲ୍ଲୀରେ ପୋଲିସ ସହ ସଂଘର୍ଷ କରିଥିବାର ଦେଖିବା ପାଇଁ ମିଳିଛି । ଏହି ଗିରଫଦାରୀ ବିରୋଧରେ ପାର୍ଟି ମୁଖ୍ୟାଳୟ ବାହେର ବିରୋଧ ପ୍ରଦର୍ଶନ ଯାରି ରହିଛି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଲିକର୍ ପଲିସି ମାମଲାରେ ଇଡି ସଞ୍ଜୟ ସିଂହଙ୍କୁ ନିଜ ବାସଭବନରୁ ଗିରଫ କରିଥିଲା ।
#WATCH | Delhi: AAP MP Sanjay Singh's father Dinesh Singh arrived at Rouse Avenue Court
ED officials will present Sanjay Singh before the Rouse Avenue Court shortly pic.twitter.com/zL7ppXFJK4
— ANI (@ANI) October 5, 2023
ସଞ୍ଜୟ ସିଂଙ୍କ ଗିରଫଦାରୀକୁ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ସଞ୍ଜୟ ସିଂ ସରକାରଙ୍କ ଭୁଲ ନୀତିକୁ ବିରୋଧ କରୁଥିଲେ । ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି। ପ୍ରଥମେ, ବିଜେପିର ନିର୍ଦ୍ଦେଶରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସଞ୍ଜୟ ସିଂଙ୍କୁ ଗିରଫ କରାଗଲା ଏହା ସମ୍ପୁର୍ଣ୍ଣ ଭୁଲ ଅଟେ " ।
ଇଡି ଚାର୍ଜସିଟ୍ ଅନୁସାରେ, ଅମିତ ଆରୋରା ଏବଂ ଦୀନେଶ ଆରୋରା 2020 ରେ ସଞ୍ଜୟ ସିଂଙ୍କୁ ଭେଟିଥିଲେ । ସଞ୍ଜୟ ସିଂହଙ୍କ ଘରେ ବୈଠକ ହୋଇଥିବା ନେଇ ସୂଚନା ରହିଛି । ସେଠାରେ ଦୀନେଶ ଆରୋରା ଅମିତ ଆରୋରାଙ୍କୁ ବିବେକଙ୍କ ସହିତ ପରିଚିତ କରାଇଲେ । ବିବେକ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କ ନିକଟତର ଥିଲେ।
ଏହି ସଭାରେ ସଞ୍ଜୟ ସିଂହଙ୍କ ବ୍ୟତୀତ ଦୀନେଶ ଅରୋରା ଏବଂ ଅମିତ ଅରୋରା, ଅଜିତ (ସଞ୍ଜୟ ସିଂହଙ୍କ ପିଏ) ଏବଂ ବିବେକ ତ୍ୟାଗି ମଧ୍ୟ ଉପସ୍ଥିତ ଥିଲେ। ଯେଉଁଥିରେ ଅମିତ ଆରୋରାଙ୍କ ମଦ ବ୍ୟବସାୟ ଉପରେ ଆଲୋଚନା କରାଯାଇଥିଲା। ଏହା ପରେ ସଞ୍ଜୟ ସିଂହ ସମସ୍ତଙ୍କୁ ମନୀଷ ସିସୋଦିଆଙ୍କ ସହ ପରିଚିତ କରାଇଥିଲେ । ଯେଉଁଥିରେ ମଦ ବ୍ୟବସାୟକୁ ବଢାଇବା ପାଇଁ ଆଲୋଚନା କରାଯାଇଥିଲା । ସେହିପରି ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାର ଆଲୋଚନା ହୋଇଥିଲା ଏବଂ ଉଭୟ ପକ୍ଷ ସେମାନଙ୍କର ନିଜସ୍ୱ ଲାଭ ବାଣ୍ଟିଥିବା ନେଇ ସୂଚନା ରହିଛି ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ












Click it and Unblock the Notifications