ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ଆକ୍ରମଣ
ED Attack: ଚଢାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ନେଇ ସୂଚନା ରହିଛି । ରାସନ ଦୁର୍ନୀତି ମାମଲାରେ ଇଡି ବନଗାଓଁର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ବନଗାଓଁସ୍ଥିତ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଅଧିକାରୀଙ୍କୁ ଏକକାଳୀନ ୩୦୦ ଲୋକ ଆକ୍ରମଣ କରିଥିବା ଖବର ରହିଛି ।

ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ପହଞ୍ଚି ତଦନ୍ତ ପାଇଁ ଶାହାଜାହାନଙ୍କ ଘରର ତାଲା ଭାଙ୍ଗିଥିଲେ । ଏହାପରେ ଗାଁ ଲୋକେ ଏକାଠି ହୋଇ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ ଏବଂ ସେହି ଅଞ୍ଚଳରୁ ଇଡି ଏବଂ ଗଣମାଧ୍ୟମକୁ ହଟାଇବାକୁ ଚେଷ୍ଟା କରିଥିଲେ ଉତ୍ତ୍ୟେକ୍ତ ଲୋକେ ।












Click it and Unblock the Notifications