Get Updates
Get notified of breaking news, exclusive insights, and must-see stories!

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ED ନୋଟିସ

ପୁଣି ବିବାଦରେ କେରଳ ମୁଖ୍ୟମନ୍ତ୍ରୀ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଇଡି । ପିନାରାଇଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ଏବଂ କେଆଇଆଇଏଫବି ସିଇଓ କେଏମ୍ ଆବ୍ରାହାମଙ୍କୁ ମଧ୍ୟ ନୋଟିସ ମିଳିଛି ।

କେରଳ ଭିତ୍ତିଭୂମି ନିବେଶ ପାଣ୍ଠି ବୋର୍ଡ (KIIFB) ଦ୍ୱାରା ମସଲା ବଣ୍ଡ ପ୍ରସଙ୍ଗରେ ବିଦେଶୀ ମୁଦ୍ରା ପରିଚାଳନା ଆଇନ(FEMA) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଛି । ସୂଚନା ଅନୁସାରେ ଆଇଜାକ୍ ୨୦୧୯ ରେ ଅର୍ଥମନ୍ତ୍ରୀ ଥିବାବେଳେ କେଆଇଆଇଏଫବି ମସଲା ବଣ୍ଡ ମାଧ୍ୟମରେ ୨୧୫୦କୋଟି ଟଙ୍କା ସଂଗ୍ରହ କରିଥିଲେ । ନୋଟିସରେ ଅଭିଯୋଗ କରାଯାଇଛି ଯେ ମସଲା ବଣ୍ଡ ମାଧ୍ୟମରେ ସଂଗୃହୀତ ଟଙ୍କା ବେଆଇନ ଭାବରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟବହାର କରାଯାଇଥିଲା ।

pinarayi vijayan

ଆଇଜାକ ଏହାକୁ ନେଇ ଅଭିଯୋଗ କରିଛନ୍ତି ଯେ କାରଣ ଦର୍ଶାଅ ନୋଟିସ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏକ ଚାଲବାଜି କରିଛନ୍ତି । ରିଜର୍ଭ ବ୍ୟାଙ୍କ ମସଲା ବଣ୍ଡ ପାଣ୍ଠି ବ୍ୟବହାର କରି ଜମି କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ପାଣ୍ଠିର ଏକ ଅଂଶ କେଆଇଆଇଏଫବି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାଇଁ ବ୍ୟବହାର କରାଯାଇଥିଲା । କିନ୍ତୁ ଏହା ରିଜର୍ଭ ବ୍ୟାଙ୍କ କଟକଣା କାର୍ଯ୍ୟକାରୀ ହେବା ପୂର୍ବରୁ କରାଯାଇଥିବା ଆଇଜାକ କହିଛନ୍ତି । ପୂର୍ବରୁ ୨୦୨୪ ରେ, ଇଡି ଆଇଜାକଙ୍କୁ ପଚରାଉଚରା ପାଇଁ ସମନ କରିଥିଲା ।

କିନ୍ତୁ ଆଇଜାକଙ୍କ ଏକ ଆବେଦନକୁ ଆଧାର କରି ଉଚ୍ଚ ଅଦାଲତ ଏଜେନ୍ସିକୁ ଏପରି କରିବାରୁ ପ୍ରତିବନ୍ଧକ ଲଗାଇଥିଲେ । ଏଜେନ୍ସି ପରେ ବିଚାରକ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଚାର୍ଜସିଟ୍ ଦାଖଲ କରିଥିଲା ଯାହା ପରେ ଆଇଜାକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଆଇଜାକଙ୍କ ଅନୁଯାୟୀ, କେରଳରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଇଡି ର ଅପବ୍ୟବହାର କରୁଛନ୍ତି । ଏହା ବିଜେପିର ଏକ ଷଡ଼ଯନ୍ତ୍ର । ରାଜ୍ୟବାସୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବେ ଏବଂ ବିଜେପି ଏକ ବଡ଼ ପରାଜୟର ସମ୍ମୁଖୀନ ହେବ ବୋଲି ସେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+