ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଇଡି ନୋଟିସ୍
ED again sent notice to Arvind Kejriwal: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ପୁଣି ନୋଟିସ୍ ପଠାଇଛି । ଡିସେମ୍ବର 21ରେ ଦିଲ୍ଲୀ ଲିକର୍ ପଲିସି ମାମଲାରେ ହାଜର ହେବାକୁ ଇଡି ପକ୍ଷରୁ ନୋଟିସ୍ ପଠାଯାଇଛି ।

ଏହାପୂର୍ବରୁ ନଭେମ୍ବର ୨ରେ ଇଡି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ନୋଟିସ ପଠାଯାଇଥିଲା । ଏହାକୁ ବେଆଇନ କହି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।
ଦିଲ୍ଲୀ ମଦ ଦୁର୍ନିତି ମାମଲା ସ୍କାମରେ ଫେବୃଆରୀରୁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ସିସୋଦିଆଙ୍କ ବ୍ୟତୀତ ଇଡି ନିକଟରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରିଥିଲା। ଦିଲ୍ଲୀର ମଦ ଦୁର୍ନୀତିକୁ ନେଇ ଇଡି ଧୀରେ ଧୀରେ ଅନେକ AAP ନେତାଙ୍କୁ ଗିରଫ କରୁଛି ।
ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ନୋଟିସ୍ ପଠାଯାଇଥିଲା । ଯେଉଁ ବିଜ୍ଞପ୍ତିକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଥିଲେ । ସେ କହିଥିଲେ, ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ ପଠାଯାଇଛି। ତୁରନ୍ତ ନୋଟିସ ପ୍ରତ୍ୟାହାର କରାଯିବା ଉଚିତ୍।












Click it and Unblock the Notifications